ଅପହରଣ ନୁହେଁ, ନିଜ ଇଚ୍ଛାରେ ଘର ଛାଡ଼ି ଯାଇଥିଲେ ନାବାଳକ

ଝାରସୁଗୁଡାରୁ ନାବାଳକ ନିଖୋଜ ହେବା ଘଟଣା । ବୁରୋମାଲ ଅଞ୍ଚଳର ନାବାଳକଙ୍କୁ ବିଳାସପୁରରୁ ଉଦ୍ଧାର କରିଛି ପୋଲିସ । ଏନେଇ ଝାରସୁଗୁଡ଼ା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ କହିଛି ଯେ ଉକ୍ତ ନାବାଳକକୁ କେହି ଅପହରଣ କରି ନ ଥିଲେ, ବରଂ ସେ ନିଜ ଇଚ୍ଛାରେ ଟ୍ରେନରେ ଯାଉଥିଲା । ପୁଲିସ ଏବେ ନାବାଳକକୁ ଝାରସୁଗୁଡ଼ାକୁ ଆଣିବା ପାଇଁ ବିଳାସପୁରକୁ ଯାଉଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ବୁରୋମାଲ ଅଞ୍ଚଳର ନାବାଳ ପ୍ରିନ୍ସଙ୍କ ମା’‌ ଅସୁସ୍ଥ ହେବାରୁ ଗତ ୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ନାବାଳକଙ୍କ ବାପା ବି ଡାକ୍ତରଖାନାରେ ଥିବାବେଳେ ଘରେ ନାବାଳକ ଓ ତାଙ୍କର ଭାଇ ଥିଲେ ।

ଶୁକ୍ରବାର ଅପରାହ୍ନରେ ଘର ବାହାରେ ଛିଡ଼ା ହୋଇଥିବା ବେଳେ କୁଆଡ଼େ ନିଖୋଜ ହୋଇଯାଇଥିଲେ ପ୍ରିନ୍ସ। ଶନିବାର ପରିବାର ଲୋକେ ସବୁଆଡ଼େ ଖୋଜାଖୋଜି କରିଥିଲେ ତଥାପି ପ୍ରିନ୍ସଙ୍କର କୌଣସି ପତ୍ତା ମିଳିନଥିଲା । ତେଣୁ କୌଣସି ଉପାୟ ନପାଇ ରବିବାର ଦିନ ଝାରସୁଗୁଡ଼ା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ପ୍ରିନ୍ସଙ୍କ ପରିବାର ଲୋକ । ହେଲେ ଏବେ ନିଖୋଜ ନାବାଳକ ଜଣକ ବିଳାସପୁରରୁ ଠାବ ହୋଇଛନ୍ତି ।

ତାଙ୍କୁ କେହି ଅପହରଣ କରିନଥିଲେ ବରଂ ସେ ନିଜ ଇଛାରେ ଘର ଛାଡ଼ି ଯାଇଥିଲେ ବୋଲି ଜଣାପଡ଼ିଛି ।

Post Views77 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!