ଗିରଫ ହେଲେ ବିଜେପି ପ୍ରତିନିଧି ପ୍ରବେଶ ଶୁକ୍ଳା । ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବା ପଡିଲା ମହଙ୍ଗା । ମଙ୍ଗଳବାର ବିଳମ୍ବିତ ରାତ୍ରରେ ଗିରଫ କରାଯାଇଥିବା କଥା ପୁଲିସ କହିଛି ।
ଗିରଫଦାରି ଏଡ଼ାଇବାକୁ ଅଭିଯୁକ୍ତ ପ୍ରବେଶ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲି ଯାଉଥିଲେ । ଶେଷରେ ରାତି ୨ଟା ବେଳେ ସେ ଧରା ପଡ଼ିଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ ।
ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାର ବିଜେପି ନେତା ତଥା ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧୀ ପ୍ରବେଶ ଶୁକ୍ଳାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ପ୍ରବେଶ ଶୁକ୍ଳା ନିଶାରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରୁଛନ୍ତି ।
ହେଲେ ସବୁଠାରୁ ବଡ କଥା କି କଥା କଥାରେ ଦେଶପ୍ରେମ, ରାଷ୍ଟ୍ରବାଦ କଥା କହୁଥିବା ବିଜେପିର ସରକାର ମଧ୍ୟପ୍ରଦେଶରେ ରହିଛି । ହେଲେ ଏହି ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ବିଜେପି ନିଜକୁ ଏଥିରୁ ଅଲଗା କରିବାକୁ ଚେଷ୍ଟା କରିଛି ।

