ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ମାଲକାନଗିରି ତହସିଲ ସିଦ୍ଧିମାଳ ଆରଆଇ ସୀମାଞ୍ଚଳ ସାହୁ । ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏୟାରଷ୍ଟ୍ରିପ୍ ଲାଗି ଜମି ହରାଇଥିବା ଲୋକଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି ଆରଆଇ । ୭ ଲକ୍ଷ ୪୪ ହଜାର କ୍ଷତିପୂରଣ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ।
ପରେ ହିତାଧିକାରି ଭିଜିଲାନ୍ସର ସାହାରା ନେଇଥିଲେ । ଯୋଜନା ମୁତାବକ ଟଙ୍କାରେ କେମିକାଲ ମିଶାଇବା ପରେ ଲାଞ୍ଚ ଦେବାକୁ ଯାଇଥିଲେ ହିିତାଧିକାରୀ । ଗୌଡଗୁଡ଼ା ପଂଚାୟତରେ ଟଙ୍କା ନେବା ସମୟରେ ଭିଜିଲାନ୍ସ ଧରିଥିଲା ।
ଯେଉଁ ଟଙ୍କାରେ ପୂର୍ବରୁ କେମିକାଲ ମିଶାଇଥିଲେ ଭିଜିଲାନ୍ସ ଅଧିକାରୀ । ଆରଆଇ ସୀମାଞ୍ଚଳ ସାହୁ ଉକ୍ତ ଟଙ୍କା ଧରିବା କ୍ଷଣି ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ ।
କିପରି ଭିଜିଲାନ୍ସ ଅଧିକାରି ଆରଆଇ ସୀମାଞ୍ଚଳ ସାହଙ୍କ ହାତକୁ ଧରିଛନ୍ତି । କାରଣ ସେହି ହାତରେ ସେ ଟଙ୍କା ନେଇଛନ୍ତି । ଆଉ ଟଙ୍କା ନେବା ପରେ ତାଙ୍କ ହାତରେ ଉକ୍ତ କେମିକାଲ ପାଉଡର ଲାଗିଛି । ପାଣି ଗ୍ଲାସରେ ହାତ ବୁଡାଇବା ପରେ ପାଣି ନାଲି ପଡିଯାଉଛି ।

