ଚାନ୍ଦବାଲି ଅଞ୍ଚଳରେ କୋକୁଆ ଭୟ

ଦୁଲୁକି ଯିବ ମାଟି,ଦୋହଲି ଯିବ ଘର ଦ୍ଵାର, ବିଷାକ୍ତ ହେବ ଜଳସ୍ତର, ଏମିତି ଅନେକ ଆଶଙ୍କା ସୃଷ୍ଟି ହେଲାଣି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବୈତରଣୀ, ମନ୍ତେଇ ଏବଂ ସାଳନ୍ଦୀ ନଦୀ ଅବବାହିକା ଅଞ୍ଚଳରେ। ଏହି ଅଞ୍ଚଳରେ କୁଆଡେ ମହଜୁଦ ଅଛି ପ୍ରାକୃତିକ ଗ୍ୟାସ ଓ ତୈଳ। ମାଟି ପରୀକ୍ଷାରୁ ସୂଚନା ପାଇ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ (ONGC) ପକ୍ଷରୁ ଏବେ ତିନି ନଦୀର ଅବବାହିକାରେ ସମ୍ଭାବ୍ୟ ତୈଳ ଓ ପ୍ରାକୃତିକ ଗ୍ୟାସର ସାନ୍ଧ୍ରତା ଅନୁସନ୍ଧାନ କରାଯାଉଛି। ଏଥି ପାଇଁ ଚାନ୍ଦବାଲି ଅଞ୍ଚଳରେ ଗ୍ରାଭିମିଟର ଦ୍ଵାରା ଅନୁସନ୍ଧାନ ଚାଲିଛି। ଭୂଗର୍ଭର ୧୨୦ ଫୁଟ ତଳେ ଡିନାମାଇଟ ଏବଂ ଜିଲୋଟିନ ଦ୍ଵାରା ବିସ୍ଫୋରଣ କରାଯାଉଛି। ଯାହାକୁ ନେଇ ଚାନ୍ଦବାଲି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେଲାଣି।

ଚାନ୍ଦବାଲି ବ୍ଲକ ଏବଂ ଚାନ୍ଦବାଲି ଏନ୍ ଏ ସି ଅଞ୍ଚଳରେ ପାହାଡ଼ ପୁର, ବାଲିଗାଁ,ଗୋଲାଡିଆ, ଚରଦିଆ , ଭୂଇଁବୃତ୍ତି, ଵଡହରିପୁର, ସାନ ହରିପୁର, ଵିନିତରା ଭଳି ଗ୍ରାମାଞ୍ଚଳରେ ONGCର କେତୋଟି ଆଉଟ୍ ସୋର୍ସିଂ ଜରିଆରେ ଅନୁସନ୍ଧାନ ଚାଲିଛି। ରାତି ସମୟରେ ଏଭଳି ବିସ୍ଫୋରଣ କରାଯାଉଛି। ଏହାର କମ୍ଫନରେ ବାସଗୃହର ମୂଳଭିତ୍ତି ଦୋହଲି ଯିବା ସହିତ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ଜୀବନହାନୀ ଆଶଙ୍କା ସୃଷ୍ଟି ହେଉଛି। କେବଳ ସେତିକି ନୁହେଁ ଭୂତଳ ମୂର୍ତ୍ତିକାର ଵିଘଟନ ଏବଂ ଚଳନ ଘଟି ବିଭିନ୍ନ ଧାତବ ଦ୍ରଵଣ ଯୁକ୍ତ ଭୂତଳ ଜଳସ୍ତରରେ ମିଶିବାର ଆଶଙ୍କା ରହୁଛି।

Post Views2 Total Count

Apply Now


This will close in 0 seconds

error: Content is protected !!