କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇଲେ ରାଜ୍ୟ ସରକାର

ଅଦିନିଆ ବର୍ଷା ପାଇଁ ଚାଷ କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇବେ ରାଜ୍ୟ ସରକାର । ସେହିପରି ଆବେଦନ ସମୟ ଆଉ ଦିନେ ବୃଦ୍ଧି ହୋଇଛି । ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ସୁଦ୍ଧା ଚାଷୀଙ୍କ କ୍ଷୟକ୍ଷତି ସମ୍ପର୍କରେ ଆବେଦନ ପାଇଁ କୁହାଯାଇଥିଲା । ଏହାକୁ ଆଜି ଯାଏ ବୃଦ୍ଧି କରିଛନ୍ତି ସରକାର ।

ଅର୍ଥାତ ଆଜି ସଂଧ୍ୟା ପର୍ଯ୍ୟନ୍ତ ଚାଷୀ ନିଜ ନିଜର କ୍ଷୟକ୍ଷତି ବାବଦରେ ଅବଗତ କରାଇବେ । ସେହିପରି କ୍ଷୟକ୍ଷତି ଆକଳନ ୩୦ ତାରିଖ ଯାଏ ଚାଲିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । କ୍ଷତି ଆକଳନ ଦିନ ବୃଦ୍ଧି ପାଇଁ ବି ଯୋଜନା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଗ୍ରାଉଣ୍ଡରେ ରିଅଲିଟି ଚେକ୍ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Post Views14 Total Count

Apply Now


This will close in 0 seconds

error: Content is protected !!