ଚେତାବନୀ ଦେଲେ ଯୋଗାଣ ଅଧିକାରୀଙ୍କୁ

ଯୋଗାଣ ଅଧିକାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ। ଦାୟିତ୍ଵରେ ଅବହେଳା କଲେ କିମ୍ଵା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ନିକଟରେ ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି। ଆଗକୁ ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ ସେଠାରେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସେହିପରି ଧାନ କିଣାକୁ ନେଇ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସରକାର ଏବେ ସୁଦ୍ଧା ୨୬ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ୍ ଧାନ କିଣିଲେଣି। ୪ ଲକ୍ଷ ୯୯ ହଜାର ୭୭୮ ଜଣ ଚାଷୀ ଧାନର ମୂଲ୍ୟ ପାଇଲେଣି। ଏଯାବତ୍ ଚାଷୀଙ୍କୁ ୧୯୦୪ କୋଟି ଟଙ୍କାର ଇନପୁଟ ସବସିଡି ସହ ମୋଟ ୭୩୭୯ କୋଟି ଟଙ୍କା ସରକାର ଦେଇସାରିଲେଣି। ମଣ୍ଡିରେ ପ୍ୟାଡ଼ି ଆନାଲାଇଜର ମେସିନ ଯଥେଷ୍ଟ ନଥିବା କଥା ଯୋଗାଣ ମନ୍ତ୍ରୀ ମାନିଛନ୍ତି। ସେ କହିଛନ୍ତ ଯେ, ଏବେ ଆନାଲାଇଜର ମେସିନ କମ୍ ଅଛି, ଆମେ ଆଗକୁ ଅଧିକ ଆଣିବୁ।

ପ୍ରକାଶ ଥାଉକି, ରବିବାର ପାରାଦ୍ଵୀପ ପୌରାଞ୍ଚଳର ଯୋଗାଣ ନିରୀକ୍ଷକ(ଏମ୍‌ଆଇ) ଅଲିଭା ଦାଶ ଶୁକ୍ରବାର ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିଥିଲେ। ଏନେଇ ଯୋଗାଣ ମନ୍ତ୍ରୀ ବିରକ୍ତି ଓ ଉଦ୍‌ବେଗ ପ୍ରକାଶ କରିଥିଲେ। ପୂର୍ବରୁ ତାଙ୍କ ନାଁରେ ଅନ୍ୟାନ୍ୟ ଅଭିଯୋଗ ମଧ୍ୟ ରହିଥିଲା। ଏତାଦୃଶ ଆଚରଣ ତଥା କାର୍ଯ୍ୟରେ ଅବହେଳା ନିମନ୍ତେ ଏମ୍‌ଆଇ ଶ୍ରୀମତୀ ଦାଶଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।

Post Views16 Total Count

Apply Now


This will close in 0 seconds

error: Content is protected !!