ଆଜି ବଡ଼ଦିନ ସବୁଠି ଉତ୍ସବର ମାହୋଲ

 

ଆଜି ବଡ଼ଦିନ ବା କ୍ରିସମାସ। ସବୁଠି ଉତ୍ସବର ମାହୋଲ । ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଭାଟିକାନ୍ ସିଟିରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବେଶ୍ ଧୂମଧାମରେ ଆୟୋଜିତ ହୋଇଛି ଖ୍ରୀଷ୍ଟମାସ । ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ କରି ବଡ଼ଦିନ ଉତ୍ସବ ଆରମ୍ଭ କରିଥାନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ ।ଅନେକ ସ୍ଥାନରେ ଖ୍ରୀଷ୍ଟମାସ କାର୍ନିଭାଲ୍’ର ମଧ୍ୟ ଆୟୋଜନ କରାଯାଇଛି । ଚର୍ଚ୍ଚଗୁଡ଼଼ିକରେ ବିଶେଷ ପ୍ରାର୍ଥନା କରାଯିବା ସହ ହଜାର ହଜାର ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସାମିଲ ହୋଇ ପ୍ରଭୁ ଜୀଶୁଙ୍କ ଆରାଧନା କରିଛନ୍ତି । ରଙ୍ଗ ବେରଙ୍ଗର ମହମବତୀ ଜାଳି ଅର୍ଘ୍ୟ ତର୍ପଣ କରିଛନ୍ତି ।

ପ୍ରଭୁ ଯୀଶୁଙ୍କ ଧରାବତରଣ ସମୟରେ ଜଳାଯାଇଛି ରଙ୍ଗ ବେରଙ୍ଗର ମହମବତୀ । କୁହାଯାଏ ମହମବତୀ ଜାଳି ପ୍ରାର୍ଥନା କଲେ ମନ ଶାନ୍ତି ରହିବା ସହ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଖ୍ରୀଷ୍ଟମାସରେ ମହମବତୀ ଜାଳିବା ଦ୍ୱାରା ଜୀବନର ଅନ୍ଧକାର ଦୂର ହୋଇଥାଏ । ତା’ପରେ ଘରକୁଘର ବୁଲି ପରସ୍ପରକୁ ବଡ଼ ଦିନର ଶୁଭେଛା ଜଣେଇବା ସହ କେକ କାଟି ପାଳନ କରିଛନ୍ତି ଖ୍ରୀଷ୍ଟମାସ ।ସେପଟେ ବଡ଼ଦିନ ପାଇଁ ପାଇଁ ଚଳଚଞ୍ଚଳ ଚର୍ଚ୍ଚ । ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଭାଟିକାନ୍ ସିଟିରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବେଶ୍ ଧୂମଧାମରେ ପାଳନ ହେଉଛି ଖ୍ରୀଷ୍ଟମାସ । ଧାର୍ମିକ ପ୍ରଥା ଓ ସାଂସ୍କୃତିକ ଉତ୍ସବ ପାଳନ ପାଇଁ ହୋଇଛି ଭବ୍ୟ ପ୍ରସ୍ତୁତି ।

Post Views5 Total Count

Apply Now


This will close in 0 seconds

error: Content is protected !!