ଆଗକୁ ଆସୁଛି ବିବାହ ଋତୁ । ଏବେଠୁ ପୁଣି ବେକାବୁ ହୋଇଛି ସୁନା ଦର । ନିଇତି ହୁ ହୁ ହୋଇ ବଢୁଛି ସୁନା ଓ ରୁପା । ଛାନିଆ କରୁଛି ଗ୍ରାହକଙ୍କୁ । ଶହେ କି ଦୁଇ ଶହ ନୁହେଁ, ଏକାଥରେ ହଜାରେ, ୨ ହଜାରେ ଟଙ୍କା ବଢୁଛି ରେଟ୍ । ଆଜି ପୁଣି ଥରେ ସବୁ ରେକର୍ଡ ଭାଙ୍ଗିଛି ସୁନା ଦର । ଗତକାଲି ଦିନକରେ ସୁନା ୨୪୦୦ ଟଙ୍କା ମହଙ୍ଗା ହୋଇଥିବା ବେଳେ ୩ ହଜାର ଟଙ୍କା ବଢିଥିଲା ରୁପା । ଏହି ବୃଦ୍ଧି ଜାରି ରହିଲେ ସୁନା ଯେ, ଦେଢ ଲକ୍ଷ ଟପିଯିବ ସେଦିନ ବେଶୀ ଡେରି ନୁହେଁ ।
ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୧ ଲକ୍ଷ ୩୮ ହଜାର ୯୩୦ ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୨୭ ହଜାର ୩୫୦ ଟଙ୍କା ହୋଇଛି । ୧୮ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୪ ହଜାର ୨୦୦ ଟଙ୍କା ରହିଛି। ଗତକାଲି ସର୍ବକାଳୀନ ରେକର୍ଡ କରିଛି ସୁନା ଦର । ସେହିପରି ରୁପା ମଧ୍ୟ ସୁନା ସହ ତାଳ ଦେଇ ବଢିଛି। ଗତକାଲି ଗୋଟିଏ ଦିନରେ ରୁପା ଦର ୧୦ ହଜାର ଟଙ୍କା ବଢିଛି। ରୁପା ଦାମ୍ କେଜି ପିଛା ଛୁଇଁଛି ୨ ଲକ୍ଷ ୪୪ ହଜାର ଟଙ୍କା ।
୨୦୨୫ରେ ସୁନା ଦାମ୍ରେ ରେକର୍ଡ ବୃଦ୍ଧି ସମସ୍ତଙ୍କୁ ଛାନିଆ କରିଥିଲା । ଆଉ ଏହି ଧାରା ଏବେ ବି ଜାରି ରହିଛି । ୨୦୨୬ରେ ସୁନା ଦାମ୍ ଆହୁରି ବୃଦ୍ଧି ହୋଇ ଦେଢ ଲକ୍ଷ ପାର୍ କରିବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ ।

