ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ : SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀ ଗିରଫ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ଗିରଫ କରିଛି। ଆଜି କ୍ରାଇମବ୍ରାଞ୍ଚ ପଚରାଉଚରା ପରେ ତାଙ୍କୁ ଗିରଫ କରିଛି।
ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କରେ କ୍ରାଇମବ୍ରାଞ୍ଚରେ ଏତଲା ହେଵା ପରେ ତଦନ୍ତ ଆରମ୍ଭ ହୋଇଥିଲା। ସୋମବାର ସନ୍ଧ୍ୟାରେ ଏସସିଇଆରଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କ୍ରାଇମବ୍ରାଞ୍ଚରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କରେ ଏତଲା ଦାୟର କରିଥିଲେ। ଏତଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କ ସହ ଆଉ ପାଞ୍ଚ ଜଣଙ୍କ ନାଁ ରହିଛି। ଏସସିଇଆରଟିର ଏତଲା ଅନୁସାରେ ଏହି ଛଅ ଜଣ ହିଁ ପାଠ୍ୟପୁସ୍ତକ ତ୍ରୁଟି ପାଇଁ ଷଡଯନ୍ତ୍ର କରିଥିଲେ। ପ୍ରାଥମିକ ଭାବେ କ୍ରାଇମବ୍ରାଞ୍ଚ ଟିମ୍ ଏସସିଇଆରଟି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ।
ସୂଚନାଯୋଗ୍ୟ ଯେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି।ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। କ୍ରାଇଇମବ୍ରାଞ୍ଚ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିଏସପି ନରେନ୍ଦ୍ର କୁମାର ବେହେରାଙ୍କୁ ଏହି ସମ୍ବେଦନଶୀଳ ମାମଲାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।

Post Views47 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!