ଆସନ୍ତା ୨୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଘୂର୍ଣ୍ଣିବଳୟ ୨୬ ତାରିଖ ଆଡକୁ ଲଘୁଚାପର ରୂପ ନେବା ପରେ ୨୭ରେ ଅବପାତରେ ପରିଣତ ହୋଇପାରେ । କ୍ରମେ ଏହା ପଶ୍ଚିମ ଉତ୍ତର- ପଶ୍ଚିମ ଦୁଗରେ ଗତି କରିବା ବୋଲି ଅନୁମାନ କରାଯାଉଛି ।

