ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ । ଭାରତୀୟ ନୌସେନାର ଯୁଦ୍ଧପୋତରୁ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ। ଯୁଦ୍ଧ ଜାଜାଜରୁ ଏହି ବ୍ରହ୍ମୋସ ମିସାଇଲର ଅପଗ୍ରେଡ୍ ଭର୍ସନର ପରୀକ୍ଷଣ କରାଯାଇଛି। ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲରୁ ଏହି ସୁପରସୋନିକ କ୍ରୁଜ୍ ମିସାଇଲ ବ୍ରହ୍ମୋସର ପରୀକ୍ଷଣ କରଯାଇଥିଲା । ବ୍ରହ୍ମୋସକୁ ଛାଡିବା ପରେ ଉପରକୁ ଉଠି ୯୦ଡିଗ୍ରୀରେ ବୁଲି କ୍ଷୀପ୍ର ଗତିରେ ଯାଇ ଟାର୍ଗେଟକୁ ମାଡ଼ କରିଥିଲା। ପ୍ରଥମଥର ଲାଗି ନୋସୈନାରେ ସାମିଲ ହେବା ପୂର୍ବରୁ କୌଣସି ଯୁଦ୍ଧପୋତରୁ ବ୍ରହ୍ମୋସ ମିସାଇଲକୁ ଛଡା ଯାଇଥିଲା । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଯୁଦ୍ଧପୋତକୁ ଭାରତୀୟ ନୋସେନାରେ ସାମିଲ କରାଯିବ। ଆଇଏନଏସ୍ ଇମ୍ଫାଲକୁ ମାଝଗାଓଁ ଡକୟାର୍ଡରେ ନିର୍ମାଣ କରାଯାଇଛି ।

