କାଉଡ଼ିଆଙ୍କ ପାଇଁ ଏସ୍‌ଟିଏ ଜାରିକଳା ମାର୍ଗଦର୍ଶିକା

ଶ୍ରାବଣରେ ବିଭିନ୍ନ ଶୈବ ପୀଠକୁ ଜଳାଭିଷେକ ପାଇଁ ଦୀର୍ଘ ପଦଯାତ୍ର କରୁଥିବା କାଉଡ଼ିଆଙ୍କ ସୁରକ୍ଷା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବିଶେଷ କରି ରାତିବେଳା କିମ୍ବା ଅନ୍ଧାରୁଆ ରାସ୍ତାରେ ଗଲାବେଳେ କାଉଡ଼ିଆମାନେ ଯେପରି ଦୁର୍ଘଟଣାର ଶିକାର ନହୁଅନ୍ତି ସେଥିପାଇଁ ବାହୁଙ୍ଗିରେ ‘ରେଟ୍ରୋ ରିଫ୍ଲେକ୍‌ଟିଭ୍‌ ଟେପ୍‌’ ଲଗାଇବାକୁ ଏସ୍‌ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ଟେପ୍‌ ଲଗାଇବା ଦ୍ୱାରା ଅନ୍ଧାର କିମ୍ବା କମ୍‌ ଆଲୋକରେ ମଧ୍ୟ ବାହୁଙ୍ଗି ଚକ୍‌ଚକ୍‌ କରିବ । ଫଳରେ କାଉଡ଼ିଆମାନେ ଯାଉଥିବା ନେଇ ଦୂରରୁ ଜଣାପଡ଼ିବ । ଏହା ଦ୍ୱାରା ଦୁର୍ଘଟଣା ଆଶଙ୍କାକୁ ଅନେକାଂଶରେ ଏଡ଼ାଇ ଦିଆଯାଇପାରିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି ।

ପ୍ରତିବର୍ଷ ଶ୍ରାବଣ ମାସରେ କାଉଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜଳାଭିଷେକ ପାଇଁ ବିଭିନ୍ନ ଶୈବ ପୀଠକୁ ଯାଉଥିବାରୁ ରାଜ୍ୟ ରାଜପଥଠାରୁ ଆରମ୍ଭ କରି ଜାତୀୟ ରାଜପଥରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ହେଉଛି । କାଉଡ଼ିଆମାନେ ବାହୁଙ୍ଗିରେ ଜଳ ନେଇଯାଉଥିଲାବେଳେ ଅନେକ ସମୟରେ ସେହି ଭାରରେ ଗାଡ଼ି ଧକ୍କା ହୋଇଥାଏ । ଏଥିରେ ଅନେକ ମୃତାହତ ହୁଅନ୍ତି । ରାତିରେ ଯାଉଥିବାବେଳେ ଅନ୍ଧାର ରାସ୍ତାରେ ଗାଡ଼ି ଧକ୍କା ହୋଇଥାଏ । ତେଣୁ କାଉଡ଼ିଆମାନେ ଯେପରି ସୁରକ୍ଷିତ ଭାବେ ଯାତ୍ରା କରିପାରିବେ ସେଥିଲାଗି ଏସ୍‌ଟିଏ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ମଝି ରାସ୍ତାରେ ନଯାଇ ପଥଚାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ରାସ୍ତାରେ ଯିବା ଲାଗି କାଉଡ଼ିଆମାନଙ୍କୁ ପରାମର୍ଶ ଦିଆଯାଇଛି ।

Post Views16 Total Count

Apply Now


This will close in 0 seconds

error: Content is protected !!