ପୁରୀରେ ଖୋଲିଲା ନୂତନ ଧର୍ମଶାଳା

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଯାଉଥିବା ଭକ୍ତମାନଙ୍କ ରହଣି ନିମନ୍ତେ “ସତ୍ୟ ପ୍ରକାଶ ପଣ୍ଡା ଭବନ” ନାମକ ପୁରୀରେ (ଶ୍ୟାମାକାଳୀ ଲେନ) ଏକ ଧର୍ମଶାଳାର ସୁବ୍ୟବସ୍ଥା କରାଯାଇଅଛି, ଯାହାକି ଶ୍ରୀମନ୍ଦିରର ଦକ୍ଷିଣଦ୍ବାର ଠାରୁ ମାତ୍ର ଚାରିଶହ ମିଟର ଦୂରତା ଅଟେ । ଏଥିରେ ଡର୍ମିଟୋରୀ (ହଲ) ବ୍ୟବସ୍ଥା ରହିଅଛି।

ଭକ୍ତମାନଙ୍କ ନିମନ୍ତେ ଖଟ, ଶେଜ ଏବଂ ଖଟ ସଂଲଗ୍ନ ବାକ୍ସ ବ୍ୟବସ୍ଥା ରହିଅଛି । ଭକ୍ତମାନଙ୍କ ନିମନ୍ତେ ସକାଳବେଳା ଶୁଦ୍ଧ ଶାକାହାରୀ ଭୋଜନର ର ବ୍ୟବସ୍ଥା ମଧ୍ଯ ରହିଅଛି । ଭକ୍ତ ଅତି ବେଶୀରେ ଦୁଇଦିନ ରହି ତୃତୀୟଦିନ ଦିନ ୧୧ ଘଣ୍ଟି ଘଣ୍ଟିକା ସମୟରେ ଧର୍ମଶାଳା ଛାଡିବାକୁ ହେବେ । ଉକ୍ତ ଧର୍ମଶାଳାର ପରିମଳ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ପ୍ରତ୍ୟେକ ଭକ୍ତ ଦୈନିକ ଟଙ୍କା ୨୦/- (କୋଡ଼ିଏ ଟଙ୍କା) ଦାନ ପ୍ରଦାନ କରିବେ ।

ଭକ୍ତମାନେ ଘରୁ ବାହାରିବା ସମ ସମୟରେ ନିଜ ବ୍ୟବହାର ନିମନ୍ତେ ସଙ୍ଗରେ ଏ ଏକ ଚାଦର ଓ ଏକ ଚାବି ନେଇଯିବାକୁ ହେବେ । ଏହା ସହିତ ନିଜର ପରିଚୟ ନିମନ୍ତେ ଆଧାର କାର୍ଡ଼ ନେବା ବାଧ୍ୟତା ମୂଳକ ଅଟେ । ଉକ୍ତ ଧର୍ମଶାଳାରେ ରହିବା ନିମନ୍ତେ ଆଗ୍ରହୀ ଭକ୍ତମାନେ ଅନ୍ୟୁନ ୨୪ ଘଣ୍ଟା ପୂର୍ବରୁ ନିମ୍ନୋକ୍ତ ଫୋନ ନମ୍ବରକୁ ଯୋଗାଯୋ ପାଗ କରି । ସ୍ଥିରକୃତ ହେବାପରେହିଁ ରହଣି ବ୍ୟବସ୍ଥା ହୋଇପାରିବ ।ଅବିନାଶ ପାଣିଗ୍ରାହୀ – 79781 86661 / ଶଶାଙ୍କ ପ୍ରଧାନ – 70084 91673ମାଆ ମାନଙ୍କ ରହିବାପାଇଁ ସ୍ବତନ୍ତ୍ର ସ୍ବ ହଲ ଓ ଶୌଚାଳୟର ବ୍ୟବସ୍ଥା ରହିଅଛି । ଯାତ୍ରୀମାନେ ଉକ୍ତ ଧର୍ମଶାଳାରେ ପହଞ୍ଚିବା ନିମନ୍ତେ, ରେଳ ଷ୍ଟେସନ କିମ୍ବା ବସ ଷ୍ଟାଣ୍ଡରୁ ଇଲେକ୍ଟ୍ରି କ ରିକ୍ସା / ଅଟୋ ରିକ୍ସା ନେଇପାରିବେ ।

Post Views7 Total Count

Apply Now


This will close in 0 seconds

error: Content is protected !!