ରୋଗୀଙ୍କ ମୃତଦେହ ରଖିପାରିବ ନାହିଁ ହସ୍ପିଟାଲ

ଚିକିତ୍ସା ବିଲ୍ ବାକି ଥିଲେ ମଧ୍ୟ କୌଣସି ଘରୋଇ ହସ୍ପିଟାଲ ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ରୋଗୀଙ୍କ ମୃତଦେହ ରଖିପାରିବ ନାହିଁ। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଆସାମ କ୍ୟାବିନେଟ୍ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଘୋଷଣା କରିଛନ୍ତି ।

ସେ କହିଛନ୍ତି, ମୃତଶରୀରକୁ ଧରି ପରିବାର ଉପରେ ଚାପ ପକାଇବା ଅମାନବୀୟ । ହସ୍ପିଟାଲଗୁଡ଼ିକୁ ଆଉ କୌଣସି ପରିସ୍ଥିତିରେ ଏପରି କରିବାକୁ ଅନୁମତି ଦିଆଯିବ ନାହିଁ । ଏବେ କୌଣସି ଘରୋଇ ହସ୍ପିଟାଲ ରୋଗୀଙ୍କ ମୃତଦେହ ରଖିପାରିବ ନାହିଁ । ଚିକିତ୍ସା ପାଇଁ ଦେୟ ବାକି ଥିଲେ ମଧ୍ୟ ମୃତ୍ୟୁ ନିଶ୍ଚିତ ହେବାର ଦୁଇ ଘଣ୍ଟା ମଧ୍ୟରେ ପରିବାରକୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ । ଯଦି ହସ୍ପିଟାଲ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ପାଇଁ ମୃତଦେହ ରଖିଥାଏ, ତେବେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Post Views18 Total Count

Apply Now


This will close in 0 seconds

error: Content is protected !!