ଦିନେ ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଆହୁରି ମଧ୍ୟ କହିଛନ୍ତି ଅନେକ ଅଞ୍ଚଳରେ ପ୍ରାକ ମୌସୁମୀ ବର୍ଷା ହୋଇଛି। ମେଘୁଆ ପାଗ ବି ରହୁଛି। ଗତ ଦୁଇ ତିନି ଦିନ ଭିତରେ କିଛି ଜିଲ୍ଲାରେ ବର୍ଷାର ମାତ୍ରା ବୃଦ୍ଧି ପାଇଛି। ଦିନେ ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ।

କାରଣ ବର୍ତମାନ ଯେଉଁ ପାଗ ଅଛି, ତାହା ମୌସୁମୀ ପାଇଁ ଅନୁକୂଳ ଅଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି, ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଆଗାମୀ ଦୁଇ ଦିନ ଭିତରେ ରାଜ୍ୟର ତାପମାତ୍ରା ଆହୁରି କମିବ।

ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇଛି। ତାପମାତ୍ର ଆଗ ଅପେକ୍ଷା କମିଛି। ଗତ ଦୁଇ ଦିନରେ କିଛି ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି ଏବଂ ଆଗାମୀ ଦୁଇ ଦିନରେ ଏହା ଆହୁରି ବଢିବ।
ବର୍ତମାନ ବାୟୁର ଯେଉଁ ଚଳାଚଳ ରହିବା କଥା ମୌସୁମୀ ଆଗମାନ ପାଇଁ, ତାହା ବାୟୁମଣ୍ଡଳର ନିମ୍ନ ଭାଗରେ ତାହା ଦୃଶ୍ୟମାନ ହେଉଛି। ଖାସ କରି ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରଭାହିତ ହେଉଛି।

ଆଗାମୀ ଦୁଇ ଦିନରେ ଏହାର ପରିମାଣ ବଢିବାର ଆକଳନ କରାଯାଉଛି। ଯାହା ମୌସୁମୀ ଆଗମାନ ପାଇଁ ଅନୁକୂଳ। ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ। ଗତକାଲି ମଧ୍ୟ କୋରାପୁଟ ଓ ନବରଙ୍ଗପୁରର କିଛି ଅଂଚଳରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!