ଆଇଏମ୍ଏମ୍ଟି ଭୁବନେଶ୍ୱର ସହ ଏଏମ୍ଏନ୍ଏସ୍ ଇଣ୍ଡିଆର ବୁଝାମଣା

ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍ ଇଣ୍ଡିଆର ଓଡ଼ିଶା ୟୁନିଟ୍ ଏବଂ କେନ୍ଦ୍ରୀୟ ଗବେଷଣା ସଂସ୍ଥା ସିଏସଆଇଆର୍-ଆଇଏମ୍ଏମ୍ଟି ଭୁବନେଶ୍ୱର ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର ନିକଟରେ ସ୍ବାକ୍ଷରିତ ହୋଇଯାଇଛି।

ବିଶେଷକରି ନିମ୍ନମାନର ଲୁହାପଥର ଓ ଲୁହାପଥର ପେଲେଟ୍ ପ୍ରକ୍ରିୟାକରଣ କ୍ଷେତ୍ରରେ ଗବେଷଣା ଓ ବିକାଶର ସହଯୋଗକୁ ପ୍ରୋସତ୍ାହିତ କରିବା ପାଇଁ ଉକ୍ତ ଏମ୍ଓୟୁ ସ୍ବାକ୍ଷାରିତ ହୋଇଥିବା ଜଣାପଡିଛି। ଏପରିକି ଏଏମ୍ଏନ୍ଏସ୍ ଇଣ୍ଡିଆର ଓଡ଼ିଶା ଆସେଟସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି. ସୁରେଶା ଏବଂ ସିଏସଆଇଆର୍-ଆଇଏମ୍ଏମ୍ଟିର ଖଣିଜ ପ୍ରକ୍ରିୟାକରଣ ଓ ବ୍ୟବସାୟ ବିକାଶର ମୁଖ୍ୟ ବୈଜ୍ଞାନିକ ଡ. ଅଶୋକ ସାହୁଙ୍କ ଦ୍ୱାରା ଉକ୍ତ ଏମ୍ଓୟୁ ସ୍ବାକ୍ଷର ହୋଇଛି।

ଏହି ପରିପ୍ରେକ୍ଷୀରେ ସିଏସ୍ଆଇଆର୍-ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ଡ.ରାମାନୁଜ ନାରାୟଣ, ବୈଜ୍ଞାନିକ ଏଚ୍ ଏବଂ ଟିକେଡିଏଲ୍ ସିଏସ୍ଆଇଆର୍ ମୁଖ୍ୟ ଡ. ବିଶ୍ୱଜାନାନୀ, ନୂଆଦିଲ୍ଳୀ ବୈଜ୍ଞାନିକ ଏବଂ ସିଏସଆଇଆର୍-ଆଇଏମ୍ଏମ୍ଟି ଏବଂ ଏଏମ୍-ଏନ୍ଏସ୍ ଇଣ୍ଡିଆର ପାରାଦୀପ ୟୁନିଟ୍ ଅଧିକାରୀମାନେ ଉପସ୍ଥିତ ଥିଲେ।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!