ଫିଡେ ଚେସ୍‌ ମହିଳା ବିଶ୍ୱକପ୍‌ ଜିତିଲେ  ପଦ୍ମିନୀ

ଜର୍ଜିଆର  ବାତୁମିରେ ଚାଲିଥିବା ଫିଡେ ଚେସ୍‌ ମହିଳା  ବିଶ୍ୱକପ୍‌-୨୦୨୫ରେ ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତ (୨୩୫୨) ଦ୍ୱିତୀୟ ରାଉଣ୍ଡରେ  ଉନ୍ନତ ପ୍ରଦର୍ଶନ ଜାରି ରଖିଛନ୍ତି । ପୂର୍ବତନ ବିଶ୍ୱ ଚାମ୍ପିଅନ ଆଲେକଜାଣ୍ଡ୍ରା କୋଷ୍ଟେନିଉକଙ୍କ ସହ ଉଭୟ ଗେମ୍‌  ଡ୍ର’ ରଖିବା ପରେ ପ୍ଲେଅଫ୍‌ ଖେଳାଯାଇଥିଲା । ରାପିଡ୍‌ ପ୍ଲେଅଫ୍‌ ପ୍ରଥମ ଗେମରେ ପଦ୍ମିନୀ ବିଜୟୀ ହୋଇଛନ୍ତି ।

ଦ୍ୱିତୀୟ ଗେମ୍‌ରେ ଯଦି ସେ  କୋଷ୍ଟେନିଉକଙ୍କ ସହ ବାଜି ଡ୍ର’ ରଖନ୍ତି, ତେବେ ତୃତୀୟ ରାଉଣ୍ଡରେ ପ୍ରବେଶ କରିପାରିବେ। ଭାରତର ଆଇପିଏମ୍‌ ବନ୍ତିକା  ମଧ୍ୟ ସମାନ ସ୍ଥିତିରେ ରହିଛନ୍ତି । ସେ ଜିଏମ୍‌  ଆନ୍ନା ଉସନିଆଙ୍କ ସହ ପ୍ଲେଅଫର ପ୍ରଥମ ଗେମ୍‌ରେ ବିଜୟୀ ହୋଇଛନ୍ତି। ଦ୍ୱିତୀୟ ଗେମ୍‌  ଡ୍ର’ ରଖିଲେ ଉସନିଆ ବିଦାୟ ନେବେ ଏବଂ ବନ୍ତିତା ତୃତୀୟ ରାଉଣ୍ଡରେ ପ୍ରବେଶ କରିବେ ।

Post Views11 Total Count

Apply Now


This will close in 0 seconds

error: Content is protected !!