ଆଜି ଆଇପିଏଲ ଫାଇନାଲ ମ୍ୟାଚ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ହେବ କଡ୍ଡା ଟକ୍କର। ଆଜି ରାତି ୮ଟାରେ ଖେଳାଯିବ ମ୍ୟାଚ । ଗତକାଲି ପ୍ରବଳ ବର୍ଷା ପାଇଁ ମ୍ୟାଚକୁ ବାତିଲ କରାଯାଇଥିଲା । ଚଳିତ ବର୍ଷ କିଏ ଟାଇଟଲ ହାତେଇବ ତାରି ଉପରେ ରହିଛି କ୍ରୀଡାପ୍ରେମୀଙ୍କ ନଜର । ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହୋଇଥିଲା ଆଇପିଏଲ ମୁକାବିଲା । ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ହୋଇଥିଲା ଉଦଘାଟନୀ ମୁକାବିଲା । ଏହି ମ୍ୟାଚରେ ଚେନ୍ନାଇକୁ ୫ ଓ୍ବିକେଟରେ ହରାଇଥିଲା ଗୁଜୁରାଟ୍ । ଏବେ ଦୁଇମାସ ପରେ ପୁଣି ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଉଭୟ ଟିମ୍ ।

