ସୈଫ ଅଲ୍ଲୀଖାନଙ୍କ ପୁଅ ଇବ୍ରାବିମ ଅଲ୍ଲୀ ଖାନ୍ କରିବାକୁ ଯାଉଛନ୍ତି ଡେବ୍ୟୁ । ଇବ୍ରାହିମ୍, ରକି ଔର୍ ରାନୀ କି ପ୍ରେମ୍ କହାନୀରେ କରନ୍ ଜୋହର୍ଙ୍କ ଆସିଷ୍ଟାଣ୍ଟ ଭାବେ କାମ କରିଛନ୍ତି। ଇବ୍ରାହିମ୍ ‘ସରଜମିନ୍’ ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିରେ ଇବ୍ରାହିମ୍ଙ୍କ ସହ ନାୟିକା ଭାବେ କେହି ଦେଖାଯିବେ ନାହିଁ। ଇବ୍ରାହିମ୍ ହିଁ ଲିଡ୍ ରୋଲରେ ନଜର ଆସିବେ। ଇବାହିମ୍ଙ୍କ ସହ ବଲିଉଡ୍ ଅଭିନେତ୍ରୀ କାଜଲ ଏଥିରେ ନଜର ଆସିବେ। ତେବେ ଫିଲ୍ମର ନାମ ଓ ଏଥିରେ ଅଭିନୟ କରୁଥିବା କଳାକାରଙ୍କୁ ନେଇ ବିଧିବଦ୍ଧ ଭାବେ କିଛି କୁହାଯାଇ ନାହିଁ।

