ଆଜି ଯୋରନ୍ଦା ଗସ୍ତ କରି ମହିମା ଧର୍ମପୀଠର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ। ଢେଙ୍କାନାଳ ଗଁଦିଆ ବ୍ଲକର ଯୋରନ୍ଦା ମହିମାଗାଦିରେ ୫ଟି ସଚିବ ଭି.କେ ପାଣ୍ଡିଆନ।
ରାଜ୍ୟ ସରକାରଙ୍କ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳି ଗୁଡିକର ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କେବଳ ୧୦ କୋଟି ଟଙ୍କା ବ୍ୟୟରେ ମହିମାଗାଦୀ ଯୋରନ୍ଦା ପୀଠର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି ।
ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଯୋରନ୍ଦା ସ୍ଥିତ ହାଇସ୍କୁଲ ଖେଳ ପଡିଆରେ ହେଲିପ୍ୟାଡରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଯୋରନ୍ଦା ହାଇସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବା ପରେ ପାନ୍ଥନିବାସ ଯାଇ ଅପେକ୍ଷାରତ ଜନପ୍ରତିନିଧିଙ୍କୁ ଭେଟିଥିଲେ
ସେଠାରୁ ଧୂନି ମନ୍ଦିର ଯାଇ ପରିଦର୍ଶନ କରିବା ପରେ ଗାଦି ମନ୍ଦିର ଯାଇ ବକଳଧାରୀଙ୍କୁ ସାକ୍ଷାତ କରିଥିଲେ। ଏହାପରେ ସମ୍ବୋଧନ ମଞ୍ଚରେ ୫ଟି ସଚିବ ଭି.କେ ପାଣ୍ଡିଆନ ଯୋରନ୍ଦା ମହିମା ଧର୍ମପୀଠର ବିକାଶ ପାଇଁ ସରକାରୀ ସହଯୋଗ କରିଛନ୍ତି, ଆଗକୁ ଆଉ ଯାହାବି ଆବଶ୍ୟକ ସରକାର ସବୁ ପୂରଣ କରିବେ ବୋଲି ପ୍ରତିଶ୍ରୂତି ଦେଇଛନ୍ତି।
ଏଥି ସହିତ ଦେଶ ଓ ରାଜ୍ୟର ଯେଉଁଠି ବି ମହିମା ଗାଦି ଅଛି, ସେସବୁର ବିକାଶ କରାଯିବ ।
ଏଥିପାଇଁ ପ୍ରସ୍ତାବ ଦେବାକୁ ୫ଟି ସଚିବ ଭି.କେ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି । ରାଜ୍ୟରେ ଆଉ କେଉଁଠି ସବୁ ମହିମା ଗାଦି ଅବହେଳିତ ଅବସ୍ଥାରେ ରହିଛି,ସେନେଇ ସରକାରଙ୍କୁ ଅବଗତ କରିବାକୁ କହିଛନ୍ତି। ମହିମାଗାଦିର ସମ୍ବୋଧନ ମଞ୍ଚରେ ୫ଟି ସଚିବ ଭି.କେ ପାଣ୍ଡିଆନ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିମା ଧର୍ମକୁ ଖୁବ ସମ୍ମାନ ଦିଅନ୍ତି ।

