ମୋହନ ମାଝି ଙ୍କୁ କାହିଁକି ବିଜେପି କଲା ମୁଖ୍ୟମନ୍ତ୍ରୀ

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝି। ସେ ଆଜି ବିଧିବଦ୍ଧ ଭାବେ ଶପଥ ନେବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ନାଁ ଘୋଷଣା ହେବା ପରେ ଚର୍ଚ୍ଚା ହେଉଛି କି ଭାଜପା କାହିଁକି ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ବାଝିଲା।

ସତ୍ତା ପଛରେ କ’ଣ ରହିଛି ସମୀକରଣ। ଆଉ ସେମିତି କିଛି ସମୀକରଣ କାମ କରିଛି ବୋଲି ଆକଳନ କରାଯାଉଛି। ପ୍ରଥମଟି ହେଉଛି ମୋହନ ଆଦିବାସୀ ଚେହେରା, ଦ୍ୱିତୀୟରେ ଉତ୍ତର ଓଡ଼ିଶାକୁ ପ୍ରତିନିଧିତ୍ୱ, ଆଉ ତୃତୀୟରେ ପଡୋଶୀ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଭାଜପା ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ବାଛିଛି।

ଓଡ଼ିଶାର ୧୪୭ ବିଧାନସଭା ଆସନ ମଧ୍ୟରୁ ୭୮ଟିରେ ବିଜୟୀ ହୋଇ ଭାଜପା ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ସମର୍ଥ ହୋଇଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ମଙ୍ଗଳବାର ସନ୍ଧ୍ୟାରେ ଅବସାନ ଘଟିଛି। ଭାଜପାର ନବର୍ନିବାଚିତ ବିଧାୟକମାନଙ୍କୁ ନେଇ ଦଳର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନିମନ୍ତେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ସେହିପରି ବଲାଙ୍ଗୀର ଜିଲାର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ଦଳର ପ୍ରମୁଖ ନେତ୍ରୀ ତଥା ପୁରୀ ଜିଲା ନିମାପଡ଼ା ବିଧାନସଭା ଆସନରୁ ର୍ନିବାଚିତ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!