ଆଜିଠୁ ଆରମ୍ଭ ହେବ ଡିଜିପି ସମ୍ମିଳନୀ ଜାଣନ୍ତୁ କଣ ରହିଛି ଫୋକସ

ଡିଜିପି ସମ୍ମିଳନୀରେ ଆଲୋଚନାର ଫୋକସରେ ରହିଛି ସବୁ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା । ଏହା ଉପରେ ରାଜ୍ୟ ପୋଲିସ ମୁଖିଆଙ୍କଠାରୁ ଅପଡେଟ୍ ନେବେ ପ୍ରଧାନମନ୍ତ୍ରୀ । ଏଥିସହ ସୀମା ସୁରକ୍ଷା, ସାଇବର ଅପରାଧ, ନକ୍ସଲ ସମସ୍ୟା, ଆତଙ୍କବାଦ ନିରୋଧୀ ଚ୍ୟାଲେଞ୍ଜ ଏବଂ ନିଶା କାରବାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ହେବ ଆଲୋଚନା । ପରସ୍ପର ସହ ସମନ୍ୱୟ ରଖି କିଭଳି ଅପରାଧକୁ ନିୟନ୍ତ୍ରଣ କରିହେବ ସେଦିଗରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବେ ଜାତୀୟ ସୁରକ୍ଷା ପରାମର୍ଶଦାତା ।

ପ୍ରଧାନମନ୍ତ୍ରୀ ମୋଦି ୨୯ ତାରିଖ ସକାଳ ସାଢେ ୮ଟାରୁ ସଂଧ୍ୟା ୮ଟା ଏବଂ ୩୦ ତାରିଖ ସକାଳ ସାଢେ ୮ଟାରୁ ଅପରାହ୍ନ ସାଢେ ୪ଟା ଯଏଁ ସମ୍ମିଳନୀରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ତେଣୁ ବେଶ୍ ଗୁରୁତ୍ୱ ରଖୁଛି ପୋଲିସ ମହାନିର୍ଦ୍ଦେଶକଙ୍କ ଏହି ସମ୍ମିଳନୀ । ଚଳିତ ବର୍ଷ ଜାନୁଆରୀ ୫ରୁ ୭ତାରିଖ ଯାଏଁ ରାଜସ୍ଥାନର ଜୟପୁରରେ ୫୮ତମ ପୋଲିସ ଡିଜି ଓ ଆଇଜିଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏବେ ଭୁବନେଶ୍ୱରରେ ହେବାକୁ ଥିବା ଏହି ସମ୍ମିଳନୀ ଉପରେ ରହିଛି ସାରା ଦେଶର ନଜର ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!