ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ । ଏଥିପାଇଁ ପହଁଚି ସାରିଲେଣି ବିଭିନ୍ନ ରାଜ୍ୟର ପୋଲିସ ମୁଖିଆ । ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏହି କଫରେନ୍ସରେ ଯୋଗ ଦେବେ । ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା ।

ବିମାନ ବନ୍ଦରରୁ ଲୋକସେବା ଭବନ, ରାଜଭବନରୁ ରାଜ୍ୟ ଅତିଥି ଭବନ । ସୁରକ୍ଷା ବଳୟରେ ସାରା ରାଜଧାନୀ । ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଓଡ଼ିଶାରେ ପ୍ରଥମଥର ହେଉଥିବା ଏହି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଆଜି ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱରରେ ପହଁଚିବେ ପ୍ରଧାନମନ୍ତ୍ରୀ ।

ତାପୂର୍ବରୁ ୩ଦିନିଆ ସମ୍ମିଳନୀକୁ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଶାହ । କନଫରେନ୍ସ ପାଇଁ ରାଜଧାନୀରେ ପହଁଚିଲେଣି ସବୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଓ ପ୍ରତିନିଧି । ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା ମଧ୍ୟ ପହଁଚି ସାରିଲେଣି । ଅତିଥିଙ୍କୁ ସ୍ୱାଗତ ଓ ସହାୟତା ପାଇଁ ବିମାନ ବନ୍ଦରରେ କମିଶନରେଟ୍ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି । ରାଜ୍ୟ ଅତିଥି ଭବନରେ ରହିବେ ସବୁ ରାଜ୍ୟର ପୋଲିସ ଡିଜି ।ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ମୁତୟନ ହୋଇଛନ୍ତି ୭୦ପ୍ଲାଟୁନରୁ ଅଧିକ ଫୋର୍ସ । ଏଥିସହ ସୁରକ୍ଷା ବ୍ୟବସ୍ଥାରେ ରହିବେ IB, SPG ଓ NSG । ରାସ୍ତାଘାଟ ସବୁଠି ପୋଲିସର ପହରା । ସବୁଠି ଚାଲିଛି ଯାଂଚ୍ । ହାଇସିକ୍ୟୁରିଟି ଜୋନରେ ଏବେ ପୁରା ରାଜଧାନୀ । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟରେ ନାକା କରି କଡ଼ା ଯାଂଚ କରୁଛନ୍ତି ପୋଲିସ ଓ ବିଏସଏଫ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନରେ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି । ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ ବି ବ୍ୟାପକ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!