ମୋହନ ଖୋଲିଲେ ଶ୍ରୀମନ୍ଦିର ର ଚାରିଦ୍ୱାର

କଥା ରଖିଲେ ମୋହନ ସରକାର, ସରକାର ଗଠନର ଗୋଟିଏ ଦିନ ଭିତରେ ଳ ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର । ଆଜି ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାହେଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ଏହି ସମୟରେ ଉପସ୍ଥିତ ରହିଥିଲେ । ୪ ଦ୍ୱାର ଖୋଲିବା ପରେ ବିନା ବାଧାରେ ଶ୍ରୀମନ୍ଦିରକୁ ପ୍ରବେଶ କରି ଭକ୍ତ କରୁଛନ୍ତି ଶ୍ରୀଜିଉଙ୍କ ଦର୍ଶନ ।

ଦୀର୍ଘ ବର୍ଷ ଧରି ଭକ୍ତମାନେ ଏହି ଦାବି କରିଆସୁଥିବା ବେଳେ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନିର୍ବାଚନ ପ୍ରଚାର ବେଳେ ପ୍ରସଙ୍ଗ ପାଲଟିଥିଲା । ତେବେ ସେସମୟରେ ବିରୋଧୀ ଦଳ ଥିବା ବିଜେପି ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇଥିଲା । ତେବେ ନୂଆ ସରକାର ଆସିବା ପରେ ଶ୍ରୀମନ୍ଦିର ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେପି । ଆଜିଠାରୁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଛି, ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ଭରିଯାଇଛି ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!