ସ୍ୱତନ୍ତ୍ର ସବୁଠି ରଜ ସଜ… adminJune 13, 2024 ରାତି ପାହିଲେ ଓଡିଶାର ଗଣ ପର୍ବ ରଜ। ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଗାଁ ଠୁ ସହର ସବୁଆଡେ ଝିଅ ବୋହୁ ମାନେ ରଜ ସଜବାଜ ଆରମ୍ଭ କରିଦେଲେଣି। ଆଜି ଘରେ ଘରେ ରଜ ସଜବାଜ ସହ ପିଠା ମିଠାର ପ୍ରସ୍ତୁତି ଚାଲିଛି। ସେପଟେ ରଜ କିଣାବିକା ପାଇଁ ବଜାରରେ ଭିଡ ଜମିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନ ପାଇଁ ଆଜି ସଜବାଜରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପାତ୍ରପଡା, ପାନ୍ଥନିବାସରେ ରଜ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ବିଭିନ୍ନ ସ୍ୱାଦିଷ୍ଟ ପିଠା ପ୍ରସ୍ତୁତ କରାଯାଉଛି। ବଡ ରେଷ୍ଟୁରାଣ୍ଟରେ ମଧ୍ଯ ପିଠାକୁ ମେନ୍ଯୁର ସାମିଲ କରିଛନ୍ତି ମାଲିକ । ପୋଡପିଠା , କରଞ୍ଜିପିଠା, ଚନ୍ଦ୍ରକଳା, କାକରା, ମଣ୍ଡା, ଲବଙ୍ଗୀ ପରି ଭଳିକି ଭଳି ଖାଦ୍ୟ ମେନ୍ୟୁରେ ସାମିଲ ହୋଇଛି। ଛୋଟ ପିଲାଙ୍କ ପାଇଁ ସହର ଗଳିକନ୍ଦିରେ ଦୋଳିର ପସରା ମେଲି ବସିଥିବା ବ୍ଯବସାୟୀ ବି ଭଲ ରୋଜଗାର ନେଇ ଆଶାବାଦୀ । ରଜ ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । 106 Total Count
ଗୋଟିଏ ଆମ୍ବର ମୂଲ୍ୟ ୧୯ହଜାର ବିଶ୍ବର ସବୁଠୁ ମହଙ୍ଗା ଆମ୍ବର ଦାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ । ଗୋଟିଏ ଆମ୍ବର ମୂଲ୍ୟ ଆପଣଙ୍କ ଭାବନାଠୁ ବି… April 1, 2024
ପ୍ରତ୍ୟକ୍ଷ ଦେବୀ ମା’ ବନଦୁର୍ଗା ହିନ୍ଦୋଳ ଏକ ପୁରାତନ ଗଡ଼ଜାତ ଅଞ୍ଚଳ ହୋଇଥିବା ବେଳେ ଆବାହମାନ କାଳରୁ ଆମ୍ବୀଠି ଠାରେ ଅଧିଷ୍ଠାତ୍ରୀ ଦେବୀ ମା’… July 12, 2024
ନବଯୌବନ ଦର୍ଶନ ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ଅଣସର ଘରେ ଗୁପ୍ତ ନୀତି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ବିଳମ୍ୱିତ… June 26, 2025