ପ୍ରତ୍ୟକ୍ଷ ଦେବୀ ମା’ ବନଦୁର୍ଗା

 

ହିନ୍ଦୋଳ ଏକ ପୁରାତନ ଗଡ଼ଜାତ ଅଞ୍ଚଳ ହୋଇଥିବା ବେଳେ ଆବାହମାନ କାଳରୁ ଆମ୍ବୀଠି ଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ବନଦୁର୍ଗାଙ୍କ ଖ୍ୟାତି ହିନ୍ଦୋଳ ଉପଖଣ୍ଡ ରେ ସବୁଆଡେ ଜଣାଶୁଣା,ଘନ ବଣ ଜଙ୍ଗଲ ଘେରା ସୁନ୍ଦର ପରିବେଶ ମଧ୍ୟରେ ଶୋଭା ପାଉଛି ମା’ ଙ୍କ ପୀଠ।କୁହାଯାଏ କୁଆଡେ ଅଞ୍ଚଳ ବାସୀ ବିପଦ ସମୟରେ ମା’ ବନଦୁର୍ଗାଙ୍କ ପାଖରେ ପୂଜାର୍ଚ୍ଚନା କରି ଗୁଆ ବସାଇଲେ ଭକ୍ତର ମନସ୍କାମନା ପୂରଣ ହୁଏ।

ଆଖପାଖ ଅଞ୍ଚଳ ଏପରିକି ସାରା ରାଜ୍ୟରେ ମା’ଙ୍କ ଶ୍ରଦ୍ଧାଳୁଙ୍କ ସଂଖ୍ଯା କିଛି କମ ନୂହେଁ। ଅନୁଗୁଳ ସହର ଠାରୁ ୨୦ କିଲୋମିଟର,ହିନ୍ଦୋଳ ଠାରୁ ୧୫ କିଲୋମିଟର ଏବଂ ମହିଧରପୂର୍ ଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି ପାହାଡିଆ ଗାଁ ଯାହାର ନାମ ଆମ୍ବିଠି। ଏଠାକାର ବଣ ଜଙ୍ଗଲ ପରିବେଶ ଭିତରେ ପୂଜା ପାଉଛନ୍ତି ମା ବନଦୂର୍ଗା। ପାହାଡ଼ର ପାଦଦେଶରୁ ପ୍ରାୟ ୧୦୦ ଫୁଟ୍ ଉଚ୍ଚତାରେ ରହିଛି ମା’ ଙ୍କ ମନ୍ଦିର। ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ବିଦ୍ୟମାନ ମା ବନଦୁର୍ଗାଙ୍କୁ ଦେଖିବା ପାଇଁ ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ଜମେ।ମା ଙ୍କ ମନ୍ଦିର ଠାରୁ ୮୫ ଟି ପାହାଚ ଅତିକ୍ରମ କରି ପାହାଡ ଉପରେ ପୂଜା ପାଉଛନ୍ତି ପ୍ରଭୂ ନାରାୟଣ। ଯେଉଁଠାରେ ପାହାଡ ଖୋପରୁ ଏକ ଛୋଟ ଝରଣା ବାହାରିଛି ଯାହାକୁ ଗୁପ୍ତ ଗଙ୍ଗା ବୋଲି କୁହାଯାଏ। ବିଶ୍ୱାସ ରହିଛି ଯଦି କାହାର ପେଟ ରୋଗ ଜନିତ ସମସ୍ୟା ଥାଏ ତେବେ ଏହାର ପାଣି ପିଇଲେ ସମସ୍ତ ପେଟ ରୋଗ ଭଲ ହୋଇଥାଏ।ମାଘ ସପ୍ତମୀ ଅବସରରେ ଦୀର୍ଘ ୪ ଦିନ ବ୍ୟାପୀ ମା’ ଙ୍କ ପୀଠରେ ଯାତ୍ରା ଲାଗି ରହେ।

ଏହି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ସେହିଭଳି ଭାଦ୍ରବ ମାସରେ ଅନାବୃଷ୍ଟି ହେଲେ ଏହି ପୀଠରେ ପୂଜାର୍ଚ୍ଚନା ସହ ଯଜ୍ଞ କଲେ ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହି ଆସିଛି। ଏପରିକି ଗୋରୁ ମାନଙ୍କ ରୋଗ ବ୍ୟାଧି ହେଲେ ଏହି ସ୍ଥାନରୁ ବିଭିନ୍ନ ଡାଳ ପତ୍ର ନେଇ ଉପଶମ କରାଯାଏ ବୋଲି ଗ୍ରାମବାସୀ କହିଛନ୍ତି।ତେବେ ଏହି ପ୍ରସିଦ୍ଧ ପୀଠକୁ ମୁଖ୍ୟ ରାସ୍ତାରୁ ସଂଯୋଗ କରୁଥିବା ରାସ୍ତା ଟିକୁ ପକ୍କା ସଡ଼କର ବ୍ୟବସ୍ଥା କରିବା ସହ ଏହାକୁ ସରକାରୀ ସ୍ତରରେ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଂଚଳରେ ଦାବୀ ହେଉଛି।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!