ଶ୍ରୀଜିଉଙ୍କ ଚକାବିଜେ ନୀତି କଣ ?

ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି। ମହାସ୍ନାନ ସାରି ଅସୁସ୍ଥ ହୋଇ ପଡ଼ିଥିଲେ ବ୍ରହ୍ମାଣ୍ଡ ଠାକୁର।  ଅଣସରରେ ଶୋଇ ରହିଥିଲେ ଶ୍ରୀଜିଉ ।  ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ଆଜି  ସାମାନ୍ୟ ସୁସ୍ଥ ହୋଇଛନ୍ତି ଠାକୁର। ଆଜି ପରେ ଉଠି ବସିବେ। ଅଣସର ଘରର ପୂର୍ବ ଭାଗରେ ଥିବା ତିନୋଟି ଚକାକୁ ସେବକମାନେ ଗଡାଇ ଗଡାଇ ଆଣିବେ। ତାରି ଉପରେ ବସିବେ ତିନି ଠାକୁର।ବ୍ରହ୍ମାଣ୍ଡକର୍ତ୍ତା, ଦାରୁବ୍ରହ୍ମଙ୍କ ଶରୀର ସଂପୂର୍ଣ୍ଣ ସସ୍ଥ ପାଇଁ ରାଜବୈଦଙ୍କ ଦ୍ୱାରା ଦଶମୂଳ ମୋଦକ ପ୍ରସ୍ତୃତ କରାଯାଇଛି । ଏହାକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପ୍ରଦାନ କରିଛନ୍ତି ରାଜବୈଦ୍ୟ। ଶାଳପର୍ଣ୍ଣି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି ଆଦିକୁ ଚୁର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୃତ କରଯାଇଛିାଗଜପତିଙ୍କ ନିର୍ଦ୍ଦେଶ ଅନୁସାରେ ତୁରନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶରୀର ସୁସ୍ଥ ପାଇଁ ଦଶମୂଳ ମୋଦକ ପ୍ରସ୍ତୃତ କରାଯାଇଛି। ଅଣବସର ଗୃହରେ ଦଇତାପତି ସେବକମାନେ କରୁଛନ୍ତି ଗୁପ୍ତ ସେବା।  ଦଶମୀରେ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଏକାଦଶୀରେ ସେବନ କରିବେ। ଆଉ ସଂପୂର୍ଣ୍ଣ ସୁସ୍ଥ ହେବେ ଚତର୍ଦ୍ଧାମୂରତି। ଦୁଇଦିନ ଧରି ଦଶମୀ ରହିଥିବାରୁ ଗତକାଲି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୃତ ଦଶମୂଳମୋଦକ ଶ୍ରୀମନ୍ଦିରକୁ ଆସିଛି ଆସନ୍ତାକାଲି ଦଶମୂଳ ମୋଦକ ପ୍ରଦାନ କରାଯିବ ଏବଂ ମହାପ୍ରଭୁ ସୁସ୍ଥ ହେବେ।

Post Views4 Total Count

Apply Now


This will close in 0 seconds

error: Content is protected !!