ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ରଥଯାତ୍ରା ଦେଖିବାକୁ ୪ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଦ୍ରୌପଦୀ ମୁର୍ମୁ। କାଲି ସକାଳୁ ବାୟୁସେନାର ସ୍ଵତନ୍ତ୍ର ହେଲିକେପ୍ଟରରେ ପୁରୀ ଯିବେ। ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।

ଆଜିଠୁ ୯ତାରିଖ ଯାଏଁ ଚାରିଦିନିଆ ଗସ୍ତରେ ରାଷ୍ଟ୍ରପତି ଓଡ଼ିଆ ଆସୁଛନ୍ତି।ଆଜି ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବାୟୁସେନାର ସ୍ଵତନ୍ତ୍ର ବିମାନରେ ପହଞ୍ଚିବେ। ବିମାନ ବନ୍ଦରରୁ ସିଧାସଳଖ ଯିବେ ଜୟଦେବ ଭବନ। ସେଠାରେ କାର୍ୟ୍ୟକ୍ରମ ରେ ଯୋଗ ଦେଇ ରାଷ୍ଟ୍ରପତି ରାଜ ଭବନରେ ରାତ୍ରି ଯାପନ କରିବେ। ଜୁଲାଇ ୭ତାରିଖ ସକାଳୁ ବାୟୁସେନାର ସ୍ଵତନ୍ତ୍ର ହେଲିକେପ୍ଟରରେ ପୁରୀ ଯିବେ। ପୁରୀରେ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏନେଇ କମିସନରେଟ ପୋଲିସ ପକ୍ଷରୁ ପ୍ରାୟ ଅପରାହ୍ନ ୩ ଟାରେ ହେବ କାରକେଡ ରିହାର୍ଶଲ୍। ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ରହିଛି।

ନୋ ଫ୍ଲାଇଙ୍ଗ ଜୋନ ହେବ, ରୁଟ ଲାଇନ୍ ରେ କୌଣସି ଉଡନ୍ତା ବସ୍ତୁ ଅନୁମତି ନାହିଁ। ତାଙ୍କ ଗସ୍ତ ରାସ୍ତାରେ ସିଲ କରାଯିବ। ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସର ଟିମ୍ ସୁରକ୍ଷା ଦେବେ। ରୁଫ ଟପ୍ ସର୍ପ ସୁଟର ସ୍ନାଇପର ସଜାଗ ରହିବେ।
ପୁରୀ ପାଇଁ ରହିଛି ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ପୋଲିସ ଡିଜି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ, ରଥଯାତ୍ରା ର ମନିଟରିଂ କରୁଛନ୍ତି। ଭୁବନେଶ୍ୱର ରେ ଊଉଚ ପ୍ରତୀକ ସିଂହ ଦାୟିତ୍ୱରେ ଥିବା ବେଳେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ତଦାରଖ କରିଛନ୍ତି । ୪ଟି ଜାକ ଭେନୁରେ କାରକେଡ଼ ରିହଲସଲ କରାଯିବ। ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ୬ଜଣ ଅତିରିକ୍ତ ଡିସିପି, ୧୫ଜଣ ଏସିପି, ୧୫ଜଣ ଇନସିପେକ୍ଟର,୧୦୦ଜଣ ଅଫିସର, ୪ଟି ଏସଟିଓ ଟିମ ସହ ବମ ସ୍କ୍ୱାର୍ଡ ଓ ଡଗ ସ୍କ୍ୱାର୍ଡ ନିୟୋଜିତ ରହିବେ ।

Post Views73 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!