ବିପ୍ଳବୀ ସାମ୍ବାଦିକ ଦୁର୍ଗାଶିଷ

ନମସ୍କାର ମୁଁ ଦୁର୍ଗାଶିଷ….ଏବେ ଏଇ ଗୋଟିଏ ସମ୍ବୋଧନ ଓଡ଼ିଶାର ପୂରପଲ୍ଲୀର ସ୍ବର ସାଜିଛି। ଓଡିଆଙ୍କ ସମସ୍ୟା ଓ ଓଡ଼ିଶାର ଦୁଃଖ ବଖାଣୁଥିବା ଅନେକ ସାମ୍ବାଦିକଙ୍କ ମଧ୍ୟରେ ଚିହ୍ନା, ଆଦରର ଓ ମନଜିଣା ନାଁଟି ହେଉଛି ଦୁର୍ଗାଶିଷ । ସାମ୍ବାଦିକ ତ ଅନେକ ଅଛନ୍ତି, ସାମ୍ବାଦିକତା ମଧ୍ୟ ଅନେକ କରୁଛନ୍ତି। ହେଲେ ଦୁର୍ଗାଶିଷ ସାମ୍ବାଦିକତାକୁ ଅସଲ ଦିଗ ଦେଇଛନ୍ତି । ସମାଜର ଶେଷ ଧାଡିରେ ଠିଆ ହୋଇଥିବା ନିଷ୍ପେସିତ, ଅବହେଳିତ ଜନତାଙ୍କ ସହ ଠିଆ ହୋଇ ସମାଜକୁ ସୁଧାରିବାରେ ଚେଷ୍ଟା କରିଛନ୍ତି । ସରକାରଙ୍କୁ ଜବାବ ମାଗି ଜନତାଙ୍କ ପାଖରେ ଉତ୍ତରଦାୟୀ କରିଛନ୍ତି। କହିବାକୁ ଗଲେ ଓଡିଆ ସାମ୍ବାଦିକତାର ମର୍ଯ୍ୟାଦା ବଞ୍ଚାଇଥିବା ସାହାସୀ ଓ ସମର୍ପିତ ସାମ୍ବାଦିକ ହେଉଛନ୍ତି ଦୁର୍ଗାଶିଷ । ଟିଭି ସ୍କ୍ରିନରେ ଦମଦାର ଯୁକ୍ତି ସହ ତଥ୍ୟ ପ୍ରମାଣ ସହକାରେ ଅପରାଧୀ ଓ ଅପରାଧିକ ଚରିତ୍ରର ମୁଖା ଖୋଲୁଥିବା ବିପ୍ଳବୀ ସାମ୍ବାଦିକ ହେଉଛନ୍ତି ଦୁର୍ଗାଶିଷ।

ଢେଙ୍କାନାଳରେ ଜନ୍ମିତ ଦୁର୍ଗାଶିଷ ପିଲାଟି ଦିନରୁ ଦୃଢମନା । ଏକଦମ ଶାନ୍ତ ସ୍ବାଭାବ ଓ ମେଳାପି ମଣିଷ ଜଣେ। କମ କୁହନ୍ତି ସତ ହେଲେ ଅସତରେ ଥିବା ଲୋକଙ୍କର ଧଜିଆ ଉଡାଇ ଦିଅନ୍ତି। ଢେଙ୍କାନାଳରେ ଖେଳି ବୁଲି ବଡ ହୋଇଥିବା ଦୁର୍ଗାଶିଷଙ୍କ ଦରଦି ହୃଦୟ ସମସ୍ତଙ୍କୁ ଜଣା। ଛାତ୍ରବସ୍ଥାରୁ ହିଁ ତାଙ୍କର ଏହି ମହତପଣିଆ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଚହଟି ଉଠିଥିଲା। ଲୋକଙ୍କ ସ୍ବର ସାଜିବାକୁ ଦୁଇ ଦଶନ୍ଧିର ପ୍ରଥମ ପାହାଚରେ ସେ ସାମ୍ବାଦିକତା କରିବାକୁ ମନସ୍ଥ କରିଥିଲେ। ଦେଶର ନାମୀଦାମୀ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ତଥା ସାମ୍ବାଦିକ ଗଢା କାରଖାନା କୁହାଯାଉଥିବା ଭାରତୀୟ ଜନସଂଚାର ସଂସ୍ଥାନ ଢେଙ୍କାନାଳ ଶାଖାରେ ସେ ସାମ୍ବାଦିକତା କରିଥିଲେ। ପରେ ଆରମ୍ଭ ହୋଇଥିଲା ଦୁର୍ଗାଶିଷଙ୍କ ଜୀବନର ନୂଆ ଅଧ୍ୟାୟ । ସେତେବେଳେ ଦେଶରେ ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଥାଏ ଇଟିଭି। ଏହି ଲୋକପ୍ରିୟ ଚ୍ୟାନେଲରେ କାମ କରିବାର ସୁଯୋଗ ପାଇ ଲୋକଙ୍କ ସ୍ବର ହେବା ଇଚ୍ଛାକୁ ଦୁର୍ଗାଶିଷ ପୂରଣ କରିପାରିଥିଲେ।

ବୃତ୍ତିଗତ ଜୀବନର ଯାତ୍ରାରେ ଅନେକ ବାଧାବିଘ୍ନ ଆସିଛି। ହେଲେ ଦୁର୍ଗାଶିଷ ନା ଥକିଛନ୍ତି ନା ଥମିଛନ୍ତି । ପରବର୍ତ୍ତୀ ସମୟରେ ଓଟିଭି, ନ୍ୟୁଜ ଏଇଟିନ ଓଡିଆ ଭଳି ଆଗ ଧାଡିର ନ୍ୟୁଜ ଚ୍ୟାନେଲରେ କାମ କରି ଓଡିଶାର ଘରେଘରେ ପରିଚିତ ହେବା ସହ ଜଣେ ପୋଖତ ସାମ୍ବାଦିକ ଭାବେ ପରିଗଣିତ ହୋଇସାରିଥିଲେ। ବର୍ତ୍ତମାନ ଅର୍ଗସ ନ୍ୟୁଜ ଚ୍ୟାନେଲର କାର୍ଯ୍ୟକାରୀ ସଂପାଦକ ଭାବେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ଦୁର୍ଗାଶିଷ। ସଦାସର୍ବଦା ସାଧାରଣ ଜନତାଙ୍କ ସ୍ୱର ହୋଇ ଗରିବ ନିଷ୍ପେସିତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ତତ୍ପର ଥିବା ସାମ୍ବାଦିକଙ୍କୁ ଯଦି ଖୋଜାଯାଏ ତେବେ ଦୁର୍ଗାଶିଷ ହିଁ ଦୁଃଖୀ ଦରିଦ୍ରଙ୍କ ଦରଦୀ ବନ୍ଧୁ ଭାବେ ସଭା ଆଗରେ ଆସିବେ । ଜଣେ ସାଲିସ ବିହୀନ ସାମ୍ବାଦିକତା ଉପରେ ବିଶ୍ୱାସ ରଖୁଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଦୁର୍ଗାଶିଷ।

ସବୁ ସମସ୍ୟାକୁ ଖୋଲା ହୃଦୟରେ ସାମ୍ନା କରିବାର ଲୋକଟିଏ । କାମ କରିବାକୁ ପ୍ରେରଣା ଦେଉଥିବା ମଣିଷଟେ । ବିପଦ ସମୟରେ ଆଗରେ ଠିଆ ହେଉଥିବା ଶକ୍ତି ହେଉଛନ୍ତି ଦୁର୍ଗାଶିଷ। ଆଜି ଯଦିଓ ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଛି ଏଥିରେ ଦୁର୍ଗାଶିଷଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଅବଦାନ। ଓଡିଶା ପରିବର୍ତ୍ତନର ଅନ୍ୟ ଏକ ବାସ୍ତବ ଚେହେରା ହେଉଛନ୍ତି ଦୁର୍ଗାଶିଷ । ନିଜେ ବିରୋଧର ଶୀକାର ହୋଇ ବି ଓଡ଼ିଆ ଅସ୍ମିତାର ସୁରକ୍ଷାପାଇଁ ତାଙ୍କ ଅବଦାନ ଉଲ୍ଲେଖନୀୟ। ସାହସିକତା ଓ ସମର୍ପିତ ସାମ୍ବାଦିକତା ପାଇଁ ଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ପଲ୍ଲୀବାଣୀ ମିଶନ ତରଫରୁ ଓଡ଼ିଆ ଜର୍ଣ୍ଣାଲିଜମ ଆୱାର୍ଡରେ ସେ ସମ୍ମାନିତ ହୋଇଛନ୍ତି । ଓଡିଶା ସାମ୍ବାଦିକ ଜଗତର ସଚ୍ଚୋଟ ନିର୍ଭିକ ନିଃସ୍ଵାର୍ଥପର ସାମ୍ବାଦିକ ହେଉଛନ୍ତି ଦୁର୍ଗାଶିଷ । ଆଗକୁ ବି ସେ ଏହିଭଳି ଓଡିଶାର ସ୍ବାର୍ଥ ପାଇଁ ସଦାସର୍ବଦା ସ୍ବର ଉଠାଉଥାଆନ୍ତୁ ବୋଲି ଇଣ୍ଟରଭ୍ୟୁ ଟାଇମ୍ସ ପରିବାର ଆଶା କରୁଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!