ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର । କର୍ପୋରେଟ ଜଗତର ସଫଳ କର୍ମକାର। ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ଯ ପୁରୋଧା ଥିଲେ ସଂତୃପ୍ତ ମିଶ୍ର। ମର୍ଯ୍ୟଦାଜନକ ଆଦିତ୍ୟ ବିର୍ଲା ଗ୍ରୁପର ଆଖିଦୃଶିଆ ସଫଳତା ପଛର ପ୍ରମୁଖ ବ୍ଯକ୍ତିତ୍ବ। ଟାଟା ଗ୍ରୁପ୍, ଜେ.କେ ଗ୍ରୁପ୍ ଓ ହିନ୍ଦୁସ୍ତାନ ଲିଭର ପରି ପ୍ରତିଷ୍ଠିତ ସଂସ୍ଥାରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ଏହି ଓଡ଼ିଆ ଉଦ୍ୟୋଗୀ ଏବେ ଆଦିତ୍ୟ ବିର୍ଲା ଗ୍ରୁପ (ଯାହାର ୧ ଲକ୍ଷରୁ ଅଧିକ କର୍ମଚାରୀ ଓ ୨୮ ବିଲିୟନ ଡଲାର ଟର୍ଣ୍ଣ ଓଭର) ର ଏବେ ପାଞ୍ଚ ପାଞ୍ଚଟି ଅତି ଗୁରୁତ୍ବପୂର୍ଣ୍ଣ ପଦବିରେ ଅଛନ୍ତି । ତାଙ୍କ ନେତୃତ୍ବରେ ବିର୍ଲା କାର୍ବନ ଗ୍ଲୋବାଲ ଲିଡର ଭାବେ ଉଭା ହୋଇଥିବା ବେଳେ ତମାମ ଆଦିତ୍ୟ ବିର୍ଲା ଗ୍ରୁପର ବ୍ୟବସାୟିକ ଗ୍ରାଫ୍ ଅତ୍ୟନ୍ତ ଉତ୍ସାହଜନକ ରହିଥିଲା।
ଏଥିସହିତ ଅଲଟ୍ରାଟେକ୍ ସିମେଣ୍ଟ କମ୍ପାନୀ ଓ ଆଦିତ୍ୟ ବିର୍ଲା ସାଇନ୍ସ ଏଣ୍ଟ ଟେକ୍ଲୋଲୋଜି ଗ୍ରୁପର ମଧ୍ୟ ନିର୍ଦ୍ଦେଶକ ଅଛନ୍ତି । ୧୯୯୬ରେ ଆଦିତ୍ୟ ବିର୍ଲା ଗ୍ରୁପରେ ଯୋଗଦେଇଥିଲେ ସଂତୃପ୍ତ ମିଶ୍ର । ତାଙ୍କ ସ୍ବତନ୍ତ୍ର ପରିଚାଳନାଗତ ଦକ୍ଷତା ଯୋଗୁଁ କମ୍ପାନୀରେ ମାନବସମ୍ବଳ ପରିଚାଳନା କ୍ଷେତ୍ରରେ ଇତିହାସ ସୃଷ୍ଟି ହୋଇଥିଲା । କେବଳ ସେତିକି ନୁହେଁ, ‘’କର୍ମଚାରୀଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ କଂପାନୀର ଟପ୍ ବ୍ରାଣ୍ଡ ପଲିସି ’ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଯେଉଁ କାରଣରୁ ପରେ ବେଷ୍ଟ ଏମ୍ପ୍ଲୟର ଅଫ ଇଣ୍ଡିଆ ଭାବେ କଂପାନୀ ପୁରସ୍କୃତ ହୋଇଥିଲା ।

