ବିଜେଡି ସଠିକ୍‍ ଭାବେ ନଚାଲିଲେ ଦଳ ଛାଡିବି

ବିଜେଡି ପରିଚାଳନାକୁ ନେଇ ମୁହଁ ଖୋଲିଛନ୍ତି ଆଉ ଜଣେ ଟାଣୁଆ ନେତା । ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଆଜି ମୁହଁ ଖୋଲି କହିଛନ୍ତି ଯେ ଆଗକୁ ଯଦି ଦଳ ଠିକ୍‍ ଭାବେ ନଚାଲେ ତାହେଲେ ଦଳଠୁ ଦୂରେଇ ଯିବି । ମୁଁ ଏବେ ବିଜେଡିରେ ଅଛି, କିନ୍ତୁ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଉନି । ବିଜେଡି ସଠିକ୍‍ ଭାବେ ବିରୋଧୀ ଦଳ ଭୂମିକା ନିର୍ବାହ କରୁନାହିଁ । ପୂର୍ବ ବିଚାରଧାରାରେ ଦଳ ନାହିଁ ।

ଦଳକୁ ସଂଗଠିତ କରିବାକୁ ପିଏସି, ଶୃଙ୍ଖଳା କମିଟି ପାଇଁ କହିଥିଲୁ, ଯାହାକି ହୋଇଛି କିନ୍ତୁ ଅନ୍ୟ ପ୍ରସ୍ତାବଗୁଡିକ ଦଳରେ ଗ୍ରହଣ କରାଯାଇନାହିଁ । ମୋ ସହିତ କେହି ଆଲୋଚନା କରି ନାହାନ୍ତି କି ମୁଁ କାହାକୁ ଭେଟିନି । ଏହାସହିତ ସେ କହିଛନ୍ତି ଯେ ନୂଆ ବିଜେଡି ଦଳ ଗଠନ ସମୟ ନୁହେଁ, ପୁରୁଣାକୁ ସଠିକ୍‍ ପରିଚାଳନା ଦରକାର ।

Post Views10 Total Count

Apply Now


This will close in 0 seconds

error: Content is protected !!