ଜଟଣୀର ନୂଆ ସମ୍ଭାବନା ସନ୍ତୋଷ ଜେନା

ପାଖେଇ ଆସିଲାଣି ୨୦୨୪  ସାଧାରଣ ନିର୍ବାଚନ । ସବୁଠି ରାଜନୀତି ସରଗରମ । ଜଟଣୀ ବିଧାନସଭା ଆସନରୁ ତିନି ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା ପରେ ଏବେ ରାଜନୀତି ତାତି ବଢିଯାଇଛି। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ କଂଗ୍ରେସ ଜଟଣୀ ବିଧାନସଭା ଆସନରୁ ସନ୍ତୋଷ ଜେନାଙ୍କ ନାମ ଘୋଷଣା ହୋଇଛି । ଏଥର କଂଗ୍ରେସରୁ ନୂଆ ଭାବେ ସନ୍ତୋଷ ଜେନା ମଇଦାନକୁ ଓହ୍ଲାଇଛନ୍ତି। ସନ୍ତୋଷ ଜେନାଙ୍କୁ ଜଟଣୀ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳରୁ ଟିକେଟ୍ ମିଳିଛି ।

ଜଟଣୀ ନର୍ବାଚନ ମଣ୍ଡଳୀର ଅନ୍ୟତମ ଚର୍ଚ୍ଚିତ ନେତା ସନ୍ତୋଷ ଜେନା ।ସେ ଦୀର୍ଘ ୪୦ ବର୍ଷ ହେବ ରାଜନିତୀ ସହ ଯୋଡି ହୋଇ ରହିଛନ୍ତି । ସନ୍ତୋଷଙ୍କର ଜଣେ ସମାଜସେବୀ ଭାବରେ ପରିଚୟ ରହିଛି। ପାଣ୍ଡବ ଜେନା ଫାଉଣ୍ଡେସନ ପକ୍ଷରୁ ସନ୍ତୋଷ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଜଡ଼ିତ ଅଛନ୍ତି। ଗରୀବ ଅଭାବୀ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ, ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ନାମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ ତଥା ସହଯୋଗ କରିବା, କ୍ରୀଡ଼ା କ୍ଷେତ୍ରରେ ବିଭିନ୍ନ କ୍ରୀଡ଼ା ଟୁର୍ଣ୍ଣାମେଣ୍ଟରେ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହିତ କରିବା ଆଦି ସମେତ ଘରପୋଡ଼ି ଠାରୁ ଆରମ୍ଭ କରି ଶୀତ, ବନ୍ୟା, ବାତ୍ୟା ଆଦି ସମୟରେ ସହଯୋଗର ହାତ ବଢ଼ାଇ ଜଟଣୀ ଜନସାଧାରଣଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସନ୍ତୋଷ ଜେନା।

ପୂର୍ବରୁ ସେ ବିଜେପିରେ ଥିଲେ ଏବଂ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବରେ ଦାୟିତ୍ୱରେ ମଧ୍ୟ ଥିଲେ। କିନ୍ତୁ ମଝିରେ  ଅସୁସ୍ଥତା କାରଣରୁ କିଛି ଦିନ ଧରି ସନ୍ତୋଷ ରାଜନୀତିରୁ ଦୂରେଇ ରହିଥିଲେ। ଟିକେଟ ଆଶାରେ ଥିବା ବଡ଼ ବଡ଼ ପ୍ରତିନ୍ଦନ୍ଦ୍ୱୀଙ୍କୁ ପଛରେ ପକାଇ ସନ୍ତୋଷ ଜେନାଙ୍କୁ ଟିକେଟ୍ ମିଳିବା ଆଶୟୀଙ୍କୁ ଯେତେ ଆଶ୍ଚର୍ଯ୍ୟ କରିଛି, ଦଳରେ ସାମିଲ୍ ହେବା ପୂର୍ବରୁ ବିଧାନସଭା ଟିକେଟ ମିଳିବା ଆହୁରୀ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି ।

 

Post Views100 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!