ରାଜଭବନରେ ରାଷ୍ଟ୍ରପତିଙ୍କ ରାତ୍ରୀ ଭୋଜନ

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ଗୁରୁବାର ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ରାଜଭବନରେ ଏକ ସମ୍ମାନଜନକ ଭୋଜିର ଆୟୋଜନ କରିଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ପତ୍ନୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ।

ରାଷ୍ଟ୍ରପତିଙ୍କ ରାଜ୍ୟ ଗସ୍ତ ଅବସରରେ ଆୟୋଜିତ ଏହି ବ୍ୟାପକ ଭୋଜିରେ ସାଧାରଣ ଜୀବନର ବିଭିନ୍ନ କ୍ଷେତ୍ରରୁ ଆସିଥିବା ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

ଉଲ୍ଲେଖନୀୟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ପତ୍ନୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ, ଓଡ଼ିଶା ବିଧାନସଭାର ବାଚସ୍ପତି ସୂରମା ପାଢୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡା, ରାଜ୍ୟ କ୍ୟାବିନେଟର ସଦସ୍ୟଗଣ, ବହୁ ସାଂସଦ ଓ ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସାମିଲ୍ ଥିଲେ।

Post Views14 Total Count

Apply Now


This will close in 0 seconds

error: Content is protected !!