INWEC ଜାତୀୟ ମହିଳା ବ୍ୟବସାୟ ମେଳା ୨.୦ ଉଦ୍‌ଘାଟିତ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ମେଳାର ଦ୍ବିତୀୟ ସଂସ୍କରଣ INWEC ଜାତୀୟ ମହିଳା ବ୍ୟବସାୟ ମେଳାର ଦ୍ୱିତୀୟ ସଂସ୍କରଣ ଏପ୍ରିଲ ୩୦ ତାରିଖ ଦିନ ଭୁବନେଶ୍ୱରରେ ଉଦ୍‌ଘାଟିତ ହୋଇଯାଇଛି।

ନବସୃଜନ, ସମାବେଶୀକରଣ ଏବଂ ସଶକ୍ତୀକରଣର ଏହି ମହାସମ୍ମିଳନୀକୁ  ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି। ୩୦ ଏପ୍ରିଲରୁ ୪ ମଇ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ICC ଏବଂ MSME DFO କଟକଙ୍କ ସହଯୋଗରେ INWEC  ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀଙ୍କ ସହ ଜାତୀୟସ୍ତରର ରାଜନେତା, ନୀତି ନିର୍ଦ୍ଧାରକ ଏବଂ ତୃଣମୂଳସ୍ତର‌ରେ ପରିବର୍ତ୍ତନର ଅଗ୍ରଦୂତ ସାଜିଥିବା ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଛନ୍ତି।

ରାଜ୍ୟରେ ମହିଳା ଉଦ୍ୟୋଗୀତା, MSME ବିକାଶ ଏବଂ ଦକ୍ଷତା ବିକାଶର ଧାରାକୁ ପ୍ରଦର୍ଶନ କରିବା ପାଇଁ ଏହି ବ୍ୟବସାୟ ମେଳା ଆୟୋଜିତ ହୋଇଥିବା ବେଳେ ଏକ ସମାବେଶୀ, ନବସୃଜନ-ଚାଳିତ ଅର୍ଥନୈତିକ ପ୍ରଗତିର କେନ୍ଦ୍ର ଭାବେ ଓଡ଼ିଶାର ଅଭ୍ୟୁଦୟକୁ ମଧ୍ୟ ଉପସ୍ଥାପନ କରିଛି। ଏହା ତৃଣମୂଳ ସ୍ତରରେ ମହିଳା ଉଦ୍ୟୋଗୀତାର ପ୍ରଭାବକୁ ବି ପ୍ରଦର୍ଶନ କରିଛି। କେବଳ ସେତିକି ନୁହେଁ, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମହିଳା ଉଦ୍ୟୋଗୀଙ୍କ ପ୍ରତିନିଧିତ୍ବ ପ୍ରମାଣିତ କରିଛି ଯେ ଏକ ସମାବେଶୀ, ନବଚିନ୍ତନ ଚାଳିତ ଇକୋସିଷ୍ଟମ୍ ଗଢ଼ିବା ପାଇଁ ଓଡ଼ିଶା ନିଷ୍ଠାପର ଉଦ୍ୟମ ଜାରି ରଖିଛି।ଏହି କାର୍ଯ୍ୟକ୍ରମରେ ନିମ୍ନୋକ୍ତ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଅଂଶଗ୍ରହଣ କରିଛନ୍ତି।

ଶ୍ରୀ ମୋହନ ଚରଣ ମାଝୀ –ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା
ଶ୍ରୀ ସମ୍ପଦ ସ୍ୱାଇଁ – ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ, ଓଡ଼ିଶା
ଶ୍ରୀ ହେମନ୍ତ ଶର୍ମା – ଅତିରିକ୍ତ ମୁଖ୍ୟ ସଚିବ, ଶିଳ୍ପ ବିଭାଗ, ଓଡ଼ିଶା ସରକାର
ଶ୍ରୀ ପି. କେ. ଗୁପ୍ତା – ନିର୍ଦ୍ଦେଶକ, MSME DFO, କଟକ
ଡ. ରାଜୀବ ସିଂହ – ମହାନିର୍ଦ୍ଦେଶକ, ଇଣ୍ଡିଆନ୍‌ ଚାମ୍ବର ଅଫ୍ କମର୍ସ
ଶ୍ରୀ ରାଜୀବ ସାହୁ – ଅଧ୍ୟକ୍ଷ, ICC ,ଓଡ଼ିଶା ରାଜ୍ୟ ପରିଷଦ
ଶ୍ରୀ ଧର୍ମାଦିତ୍ୟ ପଟ୍ଟନାୟକ – ବରିଷ୍ଠ ଉପାଧ୍ୟକ୍ଷ, ICC , ଓଡ଼ିଶା ରାଜ୍ୟ ପରିଷଦ
ଶ୍ରୀମତୀ ପ୍ରୀତି ପଲ୍ଲବୀ ପଟ୍ଟନାୟକ – ଆବାହକ, INWEC
ଶ୍ରୀମତୀ ସ୍ୱାତୀ କେଜରିୱାଲ୍– ସହ-ଆବାହକ, INWEC
ଶ୍ରୀମତୀ ସୁମା ଦେବୀ ଦାଶ – ସହ-ଆବାହକ, INWEC
ଶ୍ରୀ ଜ୍ୟୋତିପ୍ରକାଶ ପାଲ – ଆଞ୍ଚଳିକ ନିର୍ଦ୍ଦେଶକ, ICC
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ:
* ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ପ୍ରେରଣାଦାୟୀ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରି INWEC, ICC ଏବଂ MSME DFO କଟକର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ମଞ୍ଚ ଓଡ଼ିଶାରେ ମହିଳା ଉଦ୍ୟୋଗୀତା ଏବଂ MSME ବିକାଶକୁ ନୂତନ ଉଚ୍ଚତାକୁ ନେଇଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଗତିଶୀଳ, ସମାବେଶୀ ଓ ନବଚିନ୍ତନ ଚାଳିତ MSME ଏବଂ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗ ପାଇଁ ଏକ ଅନୁକୂଳ ବାତାବରଣ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।
* ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ କାର୍ଯ୍ୟକ୍ରମର ମହତ୍ତ୍ୱ ଉପରେ ଆଲୋକପାତ କରି କହିଥିଲେ, “ଓଡ଼ିଶାର ଅର୍ଥନୈତିକ ସ୍ଥିତିସ୍ଥାପକତାର ମୂଳଦୁଆ ଏହାର ଲୋକଶକ୍ତି ଉପରେ ନିର୍ଭରଶୀଳ। ମହିଳାଙ୍କୁ ସଶକ୍ତ କରିବା ଏବଂ MSMEକୁ ଉନ୍ନୀତ କରିବା କେବଳ ବ୍ୟାବସାୟିକ ବିକାଶ ନୁହେଁ-ଏହା ଏକ ସଶକ୍ତ ସମୁଦାୟ ଗଠନ ଏବଂ ସ୍ଥାୟୀ ଭବିଷ୍ୟତ ନିର୍ମାଣ ସହ ମଧ୍ୟ ଜଡ଼ିତ।”
* ଶ୍ରୀ ରାଜୀବ ସାହୁ, ICC, ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ନିଜ ବକ୍ତବ୍ୟରେ କହିଥିଲେ,“ଓଡ଼ିଶା ଏକ ନମନୀୟ ଉଚ୍ଚାଭିଳାଷ ଏବଂ ଦୃପ୍ତ ରୂପାନ୍ତରର ଭୂମି। ଆମର ମହିଳା-ନେତୃତ୍ୱାଧୀନ MSME ଗୁଡ଼ିକ କେବଳ ଗୋଟିଏ ଗୋଟିଏ ଅର୍ଥନୈତିକ ଇଞ୍ଜିନ ନୁହେଁ-ଉଦ୍ଦେଶ୍ୟ, ସ୍ଥାୟୀତ୍ୱ ଏବଂ ସାମାଜିକ ସମାନତାର ପ୍ରତୀକ।”
* ଶ୍ରୀମତୀ ପ୍ରୀତି ପଲ୍ଲବୀ ପଟ୍ଟନାୟକ, INWECର ଆବାହକ, ତାଙ୍କ ଅଭିଭାଷଣରେ କହିଥିଲେ, ‘‘ଓଡ଼ିଶାର ମହିଳାମାନେ ପ୍ରଚଳିତ ଧାରାକୁ ବଦଳାଇଛନ୍ତି। ସେମାନେ  କେବଳ ଏଠାରେ ଅଂଶଗ୍ରହଣ କରିନାହାନ୍ତି, ବରଂ ନେତୃତ୍ୱ ନେଉଛନ୍ତି। INWEC ସେମାନଙ୍କର ଏହି ଯାତ୍ରାକୁ  ସବୁ ପ୍ରକାରର ସମର୍ଥନ ଯୋଗାଇଦେବାକୁ ପ୍ରତିବଦ୍ଧ।”
* ମେଳାରେ ଡିଜିଟାଲ ରୂପାନ୍ତର, ସ୍ଥାୟୀ ବ୍ୟବସାୟ ଅଭ୍ୟାସ ସୃଷ୍ଟି, ସମାବେଶୀ ନୀତି ଖସଡ଼ା ପ୍ରସ୍ତୁତି ଏବଂ ପରବର୍ତ୍ତୀ ପିଢ଼ିର ଉଦ୍ୟୋଗୀମାନଙ୍କ ଦକ୍ଷତା ବିକାଶ ପ୍ରସଙ୍ଗ ଉପରେ ବିଶେଷଜ୍ଞମାନଙ୍କୁ ନେଇ ଦଳଗତ ଆଲୋଚନା ଅନୁଷ୍ଠିତ ହୋଇଥିଲା।
* ମେଳାରେ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗ ଦ୍ବାରା ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର, ଜୈବିକ ଖାଦ୍ୟ ଉତ୍ପାଦ ଏବଂ ଟେକ୍‌ ଷ୍ଟାର୍ଟଅପ୍‌ ପ୍ରଡକ୍ଟ ପ୍ରଦର୍ଶିତ ହୋଇଥିଲା। ଏଥିସହ ଓଡ଼ିଶାର ବିବିଧ ଔଦ୍ୟୋଗିକ ଦୃଶ୍ୟପଟ୍ଟକୁ ଉପସ୍ଥାପିତ କରାଯାଇଥିଲା।
* ଏହି ଅବସରରେ ଓଡ଼ିଶାର ଅଗ୍ରଣୀ ମହିଳା ଉଦ୍ୟୋଗୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ  ଆଲୋଚନା କରିଥିଲେ। ଏହି କ୍ରମରେ ବଲିଉଡ୍‌ ଅଭିନେତା ଜାୟଦ ଖାନ୍‌, କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୌସ, ବିଶିଷ୍ଟ ସ୍ନାୟୁ ବିଶେଷଜ୍ଞ ତଥା ଅଶ୍ୱିନୀ ଗ୍ରୁପ୍ ଅଫ୍ ହସ୍ପିଟାଲର ସହ-ପ୍ରତିଷ୍ଠାତା ଡ. ମାୟା ଗନ୍ତାୟତ, ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ଡିଏନ୍‌ ଗ୍ରୁପର ନିର୍ଦ୍ଦେଶକ ରତ୍ନମାଳା ସ୍ୱାଇଁ ପ୍ରମୁଖ ଅ‌ାଲୋଚନା କରିଥିଲେ।
*କୁହାଯାଏ- ସ୍ବାସ୍ଥ୍ୟ ହିଁ ସଂପଦ। ତେଣୁ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକୁ ଏକ ବ୍ୟାବସାୟିକ ରଣନୀତି ବିବେଚନା କରାଯାଇ ମହିଳା ଉଦ୍ୟୋଗୀଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ସନ୍‌ ହସ୍ପିଟାଲର ନିର୍ଦ୍ଦେଶକ ଡା. ବିନିତା ସାହାଣୀ, ସମ୍‌ ଅଲଟିମେଟ୍‌ ମେଡିକେୟାରର ସର୍ଜିକାଲ୍ ଅଙ୍କୋଲୋଜି ବିଶେଷଜ୍ଞ ଡା. ଗରିମା ଷଡ଼ଙ୍ଗୀ, ରିଥିଙ୍କିଙ୍ଗ୍‌ ୱେଲନେସ୍‌ର ପ୍ରତିଷ୍ଠାତା ରଶ୍ମିତା ମହାନ୍ତି, ବିପିଏମ୍‌ ମେଡିକାଲ୍‌ ସର୍ଭିସେସ୍‌ର ପ୍ରତିଷ୍ଠାତା-ସିଇଓ ଡା.ପ୍ରତିଚୀ ମିଶ୍ର, ଆପୋଲୋ ହସ୍‌ପିଟାଲ୍‌ର ବିଏମ୍‌ସ୍‌ ଡା.ଆଲୋକ ଶ୍ରୀବାସ୍ତବଙ୍କ ସମେତ ଚିକିତ୍ସା କ୍ଷେତ୍ରର ବହୁ ଜଣାଶୁଣା ବିଶେଷଜ୍ଞ ଏଥିରେ  ଅଂଶଗ୍ରହଣ କରିଥିଲେ। INWECର ସହ-ଆବାହକ ଶ୍ରୀମତୀ ସୁମା ଦେବୀ ଦାଶ ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ।
*ଶେଷ ସନ୍ଧ୍ୟାରେ ଜଣାଶୁଣା ନୃତ୍ୟଶିଳ୍ପୀ ତଥା ଗୁରୁ ଶାଶ୍ବତ ଯୋଶୀଙ୍କ ନିର୍ଦ୍ଦେଶନାରେ  “ଲାସ୍ୟ ଶକ୍ତି –ସଶକ୍ତ ମହିଳାଙ୍କ ନୃତ୍ୟ” ଶୀର୍ଷକ ନୃତ୍ୟ ସଂଯୋଜନା ପରିବେଷଣ କରାଯାଇଥିଲା।
*ଏହି କାର୍ଯ୍ୟକ୍ରମ ବିବିଧ କ୍ଷେତ୍ରରେ ମହିଳା ଉଦ୍ୟୋଗୀମାନଙ୍କ ନେତୃତ୍ୱ ଓ କୃତିତ୍ବକୁ ପ୍ରଦର୍ଶନ କରିଛି। ଆଦିବାସୀ ଷ୍ଟଲ୍‌, ସ୍ୱୟଂ ସହାୟକ ଗୋଷ୍ଠୀ (SHG)ଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନୀ, କିଡ୍ସପ୍ରେନର ବୁଥ୍ ଏବଂ ଘରୋଇ ଶୈଳୀରେ ପ୍ରସ୍ତୁତ ବିଭିନ୍ନ ସ୍ବା‌ଦିଷ୍ଟ ଖାଦ୍ୟର ଷ୍ଟଲ୍ ଏହି ମେଳାର ଅନ୍ୟତମ ଆକର୍ଷଣ ଥିଲା।
* ସହଯୋଗ କରିବା, ନୂଆକଥା ଚିନ୍ତା କରିବା ଏବଂ ଉନ୍ନତ ହେବା- ଏଭଳି ପ୍ରେରଣାଦାୟୀ ବାର୍ତ୍ତା ସହିତ ଏହି ୫ ଦିନିଆ ମେଳା ସମାପ୍ତ ହୋଇଛି। ଓଡ଼ିଶା ଏବଂ ଭାରତର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ମହିଳା ଉଦ୍ୟୋଗୀଙ୍କ ଅଂଶଗ୍ରହଣ ସହିତ INWEC ଜାତୀୟ ମହିଳା ବ୍ୟବସାୟ ମେଳାର ଦ୍ୱିତୀୟ ସଂସ୍କରଣ ପ୍ରମାଣିତ କରିଛି ଯେ ଓଡ଼ିଶା ଏକ ସମାବେଶୀ ଏବଂ ମହିଳା-ନେତୃତ୍ୱାଧୀନ ଅର୍ଥନୈତିକ ବିକାଶର ମଡେଲ ଭାବେ ଉଭା ହୋଇଛି।

Post Views14 Total Count

Apply Now


This will close in 0 seconds

error: Content is protected !!