୫୦ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଲେ ନବୀନ

ବିଧାନସଭାର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ବାଣ୍ଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଧାନସଭାରେ ଦୃଢ଼ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ନବୀନ ପଟନାୟକଙ୍କ ଯୋଜନା । ଓଡିଶାବାସୀଙ୍କ ସ୍ୱରକୁ ବିଧାନସଭାରେ ଦୃଢ଼ ଭାବେ ପ୍ରତିଧ୍ୱନିତ କରିବା ତଥା ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବେ ବିଜେଡି ବିଧାୟକ ।

ଏନେଇ ୫୦ ଜଣ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ନବୀନ । ନବୀନ କହିଛନ୍ତି, ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ । ବିଧାନସଭାରେ ବିରୋଧୀ ଦଳର ଏ ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି । ତେଣୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭାରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ଓଡିଶାବାସୀଙ୍କ ହକ ତଥା ଜନସାଧାରଣଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେଡିର ୫୦ ଜଣ ନିର୍ବାଚିତ ସଦସ୍ୟ ମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ଯେଉଁମାନେ ବିଭାଗର କାର୍ଯ୍ୟକ୍ରମ ଉପରେ ନିଘା ରଖିବା ସହ ବିଧାନସଭା ଅଧିବେଶନରେ ସରକାରଙ୍କୁ ପ୍ରଶ୍ନବାଣ ମାରିବେ । ଯାହା ବିଧାନସଭାରେ ବିରୋଧୀ ବିଜେଡିକୁ ଅଧିକ ଦକ୍ଷତାର ସହ ଦାୟିତ୍ୱ ସମ୍ପାଦନ କରିବାରେ ସହାୟକ ହେବ ବୋଲି ନବୀନ କହିଛନ୍ତି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!