ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିରର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ଶ୍ରୀମନ୍ଦିର ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା। ତେବେ ଉକ୍ତ ଅଣହିନ୍ଦୁ ଜଣଙ୍କ ଚାଈନିଜ ଭାଷାରେ କଥାବାର୍ତ୍ତା ହେଉଥିବା ଜଣାପଡିଛି। ଲୋକଙ୍କ ଭିଡ ଭିତରେ ଅଣହିନ୍ଦୁ ଜଣକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। କେମିତି ମହିଳା ଜଣକ ଭିତରକୁ ପ୍ରବେଶ କଲେ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟ ହୋଇଛି।

ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଅଣହିନ୍ଦୁ ମହିଳା ଜଣକ ଶ୍ରୀମନ୍ଦିର ଗୁମୁଟ ମଧ୍ୟକୁ ପ୍ରବେଶ କରିଥିବା ବେଳେ ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସ ଉକ୍ତ ମହିଳାଙ୍କୁ ଚିହ୍ନଟ କରି ବାହାରକୁ ଆଣିଥିଲେ। ସିଂହଦ୍ଵାର ନିକଟରେ ହୋଇଥିବା ପୋଲିସର ଅସ୍ଥାୟୀ କ୍ୟାମ୍ପକୁ ସମ୍ପୃକ୍ତ ଅଣହିନ୍ଦୁ ମହିଳାଙ୍କୁ ଜେଟିପି ଆଣି ଜିମା ଦେଇଥିଲେ। ପରେ ପୋଲିସ ଅଣହିନ୍ଦୁ ମହିଳାଙ୍କୁ ପଚରାଉଚୁରା କରିବା ସହ ବ୍ୟାରିକେଡ୍ ବାହାରକୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି।ମହିଳା ଜଣଙ୍କ ଏହା କଣ ହେଉଛି ବୋଲି ପ୍ରଶ୍ନ ପଚାରିଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଆପଣ ହିନ୍ଦୁ କି ବୋଲି ଅଣହିନ୍ଦୁ ମହିଳାଙ୍କୁ ପ୍ରଶ୍ନ କରୁଛନ୍ତି। ଉତ୍ତରରେ ଉକ୍ତ ମହିଳା ମୁଁ ହିନ୍ଦୁ ନୁହେଁ ବୋଲି କହୁଛନ୍ତି। ଏହା ପରେ କର୍ମଚାରୀ କେବଳ ହିନ୍ଦୁମାନଙ୍କୁ ହିଁ ମନ୍ଦିରରେ ପ୍ରବେଶ ଅନୁମତି ରହିଛି। ତେଣୁ ଆପଣ ବାହାରକୁ ଯାଆନ୍ତୁ ବୋଲି ମହିଳାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। ଏହା ପରେ ଅଣହିନ୍ଦୁ ମହିଳାଙ୍କୁ ବ୍ୟାରିକେଡ୍ ବାହାରକୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଅଣ ହିନ୍ଦୁ ମହିଳା ଜଣକ କେମିତି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ। ଯେଉଁମାନେ ସୁରକ୍ଷା ଦାୟିତ୍ଵରେ ଥିଲେ ସେମାନେ କିଭଳି ଜାଣି ପାରିଲେନି। ଚାରି ଦ୍ଵାରରେ ଜଣ ଜଣ କରି ଯାଞ୍ଚ ପରେ ହିଁ ଶ୍ରଦ୍ଧାଳୁଙ୍କୁ ଭିତରକୁ ଛଡ଼ାଯାଏ। ସେମିତିରେ କାର୍ତ୍ତିକ ମାସ ଚାଲିଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ଯାଞ୍ଚ ଆହୁରି କଡ଼ାକଡ଼ି କରାଯାଇଛି। ତେବେ ମହିଳା କେଉଁ ଗଳା ବାଟ ଦେଇ ମନ୍ଦିର ଭିତରକୁ ପଶିଲେ ପ୍ରଶ୍ନ ଉଠିଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!