ବାଦ୍‌ ପଡ଼ିଥିବା ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ମିଳିବ ସୁଭଦ୍ରା ଟଙ୍କା

ଖୁବ୍‌ ଶୀଘ୍ର ଘୋଷଣା ହେବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଏଥର ବାଦ୍‌ ପଡ଼ିଥିବା ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ମିଳିବ ସୁଭଦ୍ରା ଟଙ୍କା। କୌଣସି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିବେନି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନର ରି-ଚେକ୍‌ ହେବ। ଦରକାର ପଡ଼ିଲେ ବାରମ୍ବାର ଚେକ ହେବ। କେହି ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ୧ ତାରିଖରେ ନୋଡାଲ ଏଜେନ୍ସି ନିଯୁକ୍ତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି।

ସୂଚନାରୁ ପ୍ରକାଶ, ରାଜ୍ୟ ବିଜେପି ସରକାରଙ୍କ ଲୋକାଭିମୁଖୀ ଯୋଜନା ହେଉଛି ‘ସୁଭଦ୍ରା’। ପ୍ରତ୍ୟେକ ଗରିବ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଉ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ସରକାର ଦୁଇଟି ପର୍ଯ୍ୟାୟରେ ଗରିବ ମହିଳାଙ୍କୁ ୫୦୦୦ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ହେଲେ ଏଥିରୁ ବାଦ ପଡ଼ିଥିଲେ ଅଙ୍ଗନବାଡ଼ି କର୍ମୀ। କିନ୍ତୁ ଏଥର ଅଙ୍ଗନବାଡ଼ି କର୍ମୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!