ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଲା ଝଟକା

ପତ୍ନୀହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଲା ଝଟକା। ତଳକୋର୍ଟଙ୍କ ଆଜୀବନ ଦଣ୍ଡାଦେଶକୁ କାଏମ୍ ରଖିଲେ ହାଇକୋର୍ଟ। ଗତ ବର୍ଷ ଭୁବନେଶ୍ୱରର ସ୍ୱତନ୍ତ୍ର ଏମପି-ଏମଏଲ୍ଏ କୋର୍ଟ ଦେଇଥିବା ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ରାମମୂର୍ତ୍ତି। ମାତ୍ର ସେଠାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। 

ଅଭିଯୋଗ ଅନୁସାରେ, ୧୯୯୫ ମସିହା ଅଗଷ୍ଟ ୨୯ରେ ରାମମୂର୍ତ୍ତି ଗମାଙ୍ଗଙ୍କ ସ୍ତ୍ରୀ ଶଶୀରେଖାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଖାରବେଳନଗରସ୍ଥିତ ଏମଏଲଏ କଲୋନୀରେ ଥିବା ସରକାରୀ ଘରୁ ଶଶୀରେଖାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର କରାଯାଇଥିଲା।ଘଟଣା ଦିନ ୧୦ଟା ୪୫ ମିନିଟରେ ରାମମୂର୍ତ୍ତି ପୁଲିସକୁ ଖବର ଦେଇଥିଲେ ଯେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ତେବେ ଘଟଣାର ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟା ବୋଲି ପୁଲିସ ଜାଣିବା ସହ ଗମାଙ୍ଗଙ୍କର ଏହି ଘଟଣାରେ ସଂପୃକ୍ତି ଥିବା ପ୍ରମାଣ ପାଇଥିଲା।

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!