ଗତକାଲି ଶ୍ରୀକ୍ଷେତ୍ରରେ ସରିଛି ହେରାପଞ୍ଚମୀ ନୀତି, ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ସାମାନ୍ୟ ଅଂଶ ଭାଙ୍ଗିଲେ ମା’ ମହାଲକ୍ଷ୍ମୀ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଛନ୍ତି ।
ହେରାପଞ୍ଚମୀ ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ସେବାୟତ ମାନେ ବିମାନରେ ମା ଲକ୍ଷ୍ମୀ ସାଆନ୍ତାଣିଙ୍କୁ ବସାଇ ବଡ଼ଦାଣ୍ଡ ଦେଇ ଘଣ୍ଟ, ଛତା ଓ ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ଦେଇ ମା ଲକ୍ଷ୍ମୀ ଜୟ, ବିଜୟ ଦ୍ବାର ନିକଟରେ ପହଁଚିଥିଲେ । ଏହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଜୟ ବିଜୟ ଦ୍ବାର ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଦୁଇ ଦ୍ବାରକୁ ବନ୍ଦ କରିଦିଆଯାଇଥିଲା । ଯାହା ମାଙ୍କୁ ଘୋର ଅପମାନ ଦେଇଥିଲା, ରାଗରେ ଜର୍ଜରିତ ହୋଇ ମା ନାକଚଣା ଦ୍ବାର ଦେଇ ବାହାରିବା ସହ ନନ୍ଦିଘୋଷ ରଥର କିଛି ଅଂଶକୁ ଭାଙ୍ଗିଦେଇଥିଲେ । ପରେ ସେବାୟତ ମାନେ ମାଙ୍କୁ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରି ଆସିଥିଲେ । ବିଳମ୍ବିତ ରାତିରେ ପୁନଃର୍ବାର ସିଂହଦ୍ବାର ଦେଇ ମା ଲକ୍ଷ୍ମୀ ଶ୍ରୀନ୍ଦିରକୁ ପ୍ରବେଶ କରିଥିଲେ ।

