ବିଶ୍ବର ସବୁଠୁ ମହଙ୍ଗା ଆମ୍ବର ଦାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ । ଗୋଟିଏ ଆମ୍ବର ମୂଲ୍ୟ ଆପଣଙ୍କ ଭାବନାଠୁ ବି ଅଧିକ । ଏହା ଆଶ୍ଚର୍ଯ୍ୟ ହେଲେ ବି ସତ ।ଭାରତରେ ମଧ୍ୟ ବିଭିନ୍ନ ପ୍ରକାରର ଆମ୍ବ ଉପଲବ୍ଧ, ଯାହାର ମୂଲ୍ୟ କିଲୋଗ୍ରାମ ପ୍ରତି 50-100 ରୁ 200 ଟଙ୍କା ମଧ୍ୟରେ ରହିଛି। ହେଲେ ଏମିତି ଆମ୍ବ ଅଛି ଯାହାର ମୂଲ୍ୟ ୧୯ ହଜାର । ଜାପାନରେ ଟୋକାଚି ଅଞ୍ଚଳର ହିରୋୟୁକି ନାକାଗୱା ନାମକ ବ୍ୟକ୍ତି ଏହି ମହଙ୍ଗା ଆମ୍ବକୁ ନିଜ ଗ୍ରିନ୍ ହାଉସରେ ଫଳାଉଛନ୍ତି। ଗୋଟିଏ ରତୁରେପାଖାପାଖି ୫୦୦୦ ଆମ୍ବ ଫଳାଉଛନ୍ତି । ପୂର୍ବରୁ ତୈଳ ବ୍ୟବସାୟ କରୁଥିଲେ ନାକାଗୱା । ସେ ପ୍ରାକୃତିକ ପଦ୍ଧତିକୁ ଆପଣାଇ କରି ଆମ୍ବ ଫଳାଉଛନ୍ତି। ତାହାକୁ ବିଶ୍ବର ସବୁଠୁ ମହଙ୍ଗା ଆମ୍ବ ଭାବେ ବିଚାର କରାଯାଉଛି।

