ଭଲ ନଲାଗିଲେ ଟିଭି ଦେଖନି

ଯେଉଁ ଚ୍ୟାନେଲ ଆପଣଙ୍କୁ ଭଲନଲାଗୁଛି, ସେ ଚ୍ୟାନେଲ ଦେଖନ୍ତୁ ନାହିଁ । ଲୋକଙ୍କ ପାଇଁ ଟିଭି ଚ୍ୟାନେଲ କୌଣସି ଗାଇଡଲାଇନ ଆଣିପାରିବେ ନାହିଁ। ଏଣୁ ଯେଉଁ ଚ୍ୟାନେଲ ଭଲନଲାଗୁଛି ସେ ଚ୍ୟାନେଲ ଦେଖିବା ଛାଡିଦିଅ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଅଭୟ ଓକା ଏବଂ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପିଠରେ ଏକ ପିଆଇଏଲ୍‌ର ଶୁଣାଣି ପରେ ଏହି ରାୟ ପ୍ରକାଶ ପାଇଛି।କରାଯାଇଥିଲା ।ମଙ୍ଗଳବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସିଧା ସିଧା କହିଛନ୍ତି ଯଦି ଭଲ ନ ଲାଗୁଛି, ତେବେ ଟିଭି ଦେଖନ୍ତୁ ନାହିଁ । ଅର୍ଥାତ୍‌ ଯେଉଁ ଚ୍ୟାନେଲ ଆପଣଙ୍କୁ ଭଲ ଲାଗୁନି, ତେବେ ସେହି ଚ୍ୟାନେଲ ଦେଖନ୍ତୁ ନାହିଁ ।

ଟିଭି ଚ୍ୟାନେଲ ଗୁଡ଼ିକ ପ୍ରସାରଣରେ ମନମାନି କରୁଥିବା ଅଭିଯୋଗ ହୋଇଥିଲା ।‌ ଏନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍‌ ଦାଖଲ ହୋଇଥିଲା । ଏଥିରେ ଦାବି କରାଯାଇଥିଲା ଯେ, ଟିଭି ଚ୍ୟାନେଲ ଗୁଡ଼ିକ କ’ଣ ଦେଖାଇବେ କ’ଣ ଦେଖାଇବେ ନାହିଁ, ସେନେଇ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଉ । ମାମଲାର ଶୁଣାଣି କରି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, କୌଣସି ଗାଇଡ୍‌ଲାଇନ୍‌ ଆସିବ ନାହିଁ । ଯେଉଁ ଟିଭି ଚ୍ୟାନେଲ ଭଲ ଲାଗୁନି ତାକୁ ଲୋକମାନେ ଦେଖିବା ବନ୍ଦ କରିଦିଅନ୍ତୁ ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!