ଆସନ୍ତା ୧୮ ତାରିଖରେ ଜାଗା ମିଶନ ଜରିଆରେ ଜମିପଟ୍ଟା ବଣ୍ଟନର ଶୁଭାରମ୍ଭ

ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ ଜମିପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ।ବିଏମ୍‌‌ସି ଅଞ୍ଚଳର ୱାର୍ଡ ନମ୍ବର ୧ରେ ୧୪୦୦ରୁ ଅଧିକ ବସ୍ତିବାସିନ୍ଦାଙ୍କ ସର୍ଭେ ହୋଇଥିଲା। ସେଥିରୁ ପ୍ରାୟ ୧୨୦୦ ଭୂମିହୀନ ବସ୍ତିବାସିନ୍ଦା ଜମି ଅଧିକାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି

ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ ପାଇଁ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଡ୍ରୋନ୍‌‌ ଯୋଗେ ଊଷା ସର୍ଭେ କାମର ଶୁଭାରମ୍ଭ ହୋଇଥିଲା। ସର୍ଭେ ସମ୍ପୂର୍ଣ୍ଣ ହେବା ସହିତ ୫ଟି ମହାନଗର ନିଗମ ଅଞ୍ଚଳରେ ହିତାଧିକାରୀ ଚୟନ ଚୂଡ଼ାନ୍ତ ହୋଇଛି। ସବୁ ବସ୍ତି ବିଜୁ ଆଦର୍ଶ କଲୋନୀରେ ରୂପାନ୍ତର ହେଉଛି।

ପ୍ରାଥମିକ ପର୍ଯ୍ୟାୟରେ ବିଏମ୍‌ସି ଅଞ୍ଚଳରେ ଜମିପଟ୍ଟା ବଣ୍ଟନ କରାଯିବାକୁ ଥିବାବେଳେ ଅନ୍ୟ ମହାନଗର ନିଗମବାସୀଙ୍କୁ ମଧ୍ୟ ପଟ୍ଟା ବାଣ୍ଟିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ବିଏମ୍‌‌ସି ଅଞ୍ଚଳରେ ୫୨ ହଜାର ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ପାଇଁ ତାଲିକା ଚୂଡ଼ାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ୫ ହଜାର ପଟ୍ଟା ବଣ୍ଟନ କରିବାକୁ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

ବିଏମ୍‌‌ସିର ୪୭୧ଟି ବସ୍ତିରୁ ୩୭୫ଟି ବସ୍ତିର ହିତାଧିକାରୀ ଚୟନ ତାଲିକା ଚୂଡ଼ାନ୍ତ ହୋଇଛି। ବାକି ବସ୍ତିବାସିନ୍ଦାଙ୍କ ଜମି ଜଙ୍ଗଲ ଓ ସଂରକ୍ଷିତ ଶ୍ରେଣୀରେ ଥିବାରୁ ସମ୍ପୃକ୍ତ ବିଭାଗର ଅନୁମୋଦନ ପରେ ହିଁ ହିତାଧିକାରୀଙ୍କ ପଟ୍ଟା ପ୍ରସ୍ତୁତ କରିବାକୁ ବିଏମ୍‌‌ସି ଲକ୍ଷ୍ୟ ରଖିଛି। ଚୂଡ଼ାନ୍ତ ତାଲିକା ଅନୁଯାୟୀ, ବିଏମ୍‌‌ସି ଅଞ୍ଚଳରେ ୫୨ ହଜାର ହିତାଧିକାରୀଙ୍କ କାଗଜପତ୍ର ଯାଞ୍ଚ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!