ବିଜେପି ଗଡ଼ରୁ ବିଜେଡ଼ି ଉପରେ ବର୍ଷିଲେ ସୁଜିତ କୁମାର, ଜାଣନ୍ତୁ କଣ ଥିଲା ଦଳ ଛାଡିବାର କାରଣ

ବିଜେପିରେ ଯୋଗଦେବା ପରେ ଇସ୍ତଫା କାରଣ କହିଲେ । ଦୁର୍ନୀତି ନେଇ ନେତା ନଶୁଣିବାରୁ ଦଳ ଛାଡ଼ିଲି ବୋଲି କହିଲେ ସୁଜିତ।ବିଜେଡି ଛାଡ଼ିବାର କିଛି ସମୟ ପରେ ଅର୍ଥାତ ଗତକାଲି ପଦ୍ମ ଧରିଛନ୍ତି ସୁଜିତ କୁମାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ଉପସ୍ଥିତରେ ସେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ସୁଜିତ ବିଜେଡି ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି।

ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ କାଢ଼ି ଦିଆଯିବ ବୋଲି ମୋତେ ଧମକ ଦିଆଯାଇଥିଲା। ପଲିଟିକାଲ କ୍ୟାରିଅର ଶେଷ କରିଦିଆଯିବ କୁହାଯାଇଥିଲା । କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ । ଏହି କଥା ମୋ ମୁହଁରେ କହିନଥିଲେ, ବରଂ ଦଳୀୟ ନେତାଙ୍କୁ ସେ କହିଥିଲେ। ମୋ ସାମ୍ନାରେ ଏକଥା କହିବାର ତାଙ୍କର ସାହସ ନଥିଲା। ନିର୍ବାଚନ ପରେ ମୁଁ ଏକଥା ଦଳର ସୁପ୍ରିମୋଙ୍କୁ ଜଣାଇଥିଲି ।

ସୁଜିତ ଆହୁରି କହିଛନ୍ତି,ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା। ଦଳର ଜଣେ ଦୁଇ ଜଣ ବଡ଼ ନେତାଙ୍କର ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା।ସଂପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବାକୁ କିଛି ନେତା କହୁଥିଲେ। ମୁଁ ବିଦେଶରୁ ପଢ଼ି ଆସିଛି, ଏହା ମୋ ସ୍ୱାଭିମାନକୁ ବାଧିଥିଲା।କାହା ପାଖରେ ଗୋଲାମୀ କରିବା ମୋ ଦ୍ୱାରା ସମ୍ଭବ ନୁହେଁ।

ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି, ହରିଲୁଟ ଚାଲିଛି।‘ଜମି, ଛତୁଆ, ଟେଣ୍ଡର ଫିକ୍ସିଂରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଅନେକ ନେତା, ଅଫିସର ଦୁର୍ନୀତିରେ ସାମିଲ ଅଛନ୍ତି। ଏ ସଂପର୍କରେ ଦଳର ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟା କରିଛି। ବହୁବାର ଜଣାଇବାକୁ ଚେଷ୍ଟା କରି ବି ମୁଁ ବିଫଳ ହୋଇଥିଲି। ଶେଷରେ ବାଧ୍ୟହୋଇ ମୁଁ ଦଳ ଛାଡ଼ିଲି। ମୋ ପାଇଁ ସର୍ବଦା ମାଟି ଆଗରେ ତା’ ପରେ ପାର୍ଟି ବୋଲି ସୁଜିତ କହିଛନ୍ତି ।

ଗତକାଲି ସୁଜିତ କହିଛନ୍ତି, ମୁଁ ଆଜି ଦେଶର ବଡ଼ ଦଳ ତଥା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ଆଜି ମୋ ପାଇଁ ଖୁସିର ଦିନ ।

ସୁଜିତ କୁମାର କୁମାର ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଦଳରୁ ବହିଷ୍କାର କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାର କିଛି ସମୟ ମଧ୍ୟରେ ସେ ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ଯୋଗ ଦେଇଥିଲେ। ।୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ସରିଥାନ୍ତା। କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!