ଗିନିଜ ବୁକ୍ ରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ

ବିର୍ସାମୁଣ୍ଡା ଷ୍ଟାଡିୟମ ହକି ବିଶ୍ବକପ ପୂର୍ବରୁ ନିର୍ମାଣ କରାଯାଇଥିଲା । ଖୁବ କମ ଦିନ ମଧ୍ୟରେ ଏତେ ବଡ ଷ୍ଟାଡିୟମ ନିର୍ମାଣ କରାଯାଇ ପାରିଥିଲା । ଯେଉଁଠି ବିଶ୍ବର ସବୁଠାରୁ ଅଧିକ ଦର୍ଶକ ବସିବାର ସୁବିଧା ରହିଛି । ଏହି ଷ୍ଟାଡିୟମରେ ଜାନୁଆରୀ ୧୩ ତାରିଖରେ ହକି ବିଶ୍ବକପର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଖେଳା ଯାଇଥିଲା । ଗିନିଜ ବୁକ୍ରେ ସ୍ଥାନ ପାଇଛି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ।

ରାଉରକେଲାରେ ନିର୍ମିତ ଏହି ହକି ଷ୍ଟାଡିୟମରେ ସର୍ବାଧିକ ୨୧ ହଜାର ଦର୍ଶକ ବସିବାର କ୍ଷମତା ଥିବାରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଗିନିଜ ବୁକ ଅଫ ରେକର୍ଡ୍ସରେ ମିଳିଛି। ତେବେ ଗତ ଜାନୁଆରୀ ମାସରେ ଏନେଇ ଘୋଷଣା କରାଯାଇଥିବା ବେଳେ ଆଜି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ପ୍ରୋ ଲିଗ୍ରେ ଚାଲିଥିବା ସମୟରେ ଗିନିଜ ବୁକ୍ କର୍ତ୍ତୁପକ୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ଗିନିଜ ବୁକ୍ ଅଫ୍ ରେକର୍ଡ୍ସ ପ୍ରମାଣପତ୍ର ମିଳିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି “ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ଏହି ସ୍ୱୀକୃତି ହେଉଛି ଏକ ପ୍ରମାଣ ଯେ ଆମ ରାଜ୍ୟ ଓଡ଼ିଶା ବହୁ ଦୂର ଯାଇଛି ଏବଂ ଆନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଏକ ଚିହ୍ନ ସୃଷ୍ଟି କରିଛି।

ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଏବଂ ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ମୁଁ ସୁନ୍ଦରଗଡବାସୀ ତଥା ହକି ପ୍ରଶଂସକଙ୍କୁ କ୍ରୀଡା ପ୍ରତି ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି। ମୁଁ ଏହି ସ୍ୱୀକୃତିକୁ ଓଡିଶାବାସୀଙ୍କୁ ଉତ୍ସର୍ଗ କରୁଛି ”।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!