ଓଡ଼ିଶା ଲଘୁ ଉଦ୍ୟୋଗ ବିକାଶ ଫୋରମ୍ ପକ୍ଷରୁ ସଚେତନତା ସମ୍ମିଳନୀ

ଓଡ଼ିଶା ଲଘୁ ଉଦ୍ୟୋଗ ବିକାଶ ଫୋରମ୍ ପକ୍ଷରୁ ସ୍ଥାନୀୟ ରେଳ ସଦନ ସଭା ଗୃହରେ ଏକ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହାକୁ ଲଘୁ ଉଦ୍ୟୋଗ ବିକାଶର ଜାତୀୟ ଅଧ୍ୟକ୍ଷ ରଜନୀଶ ଗୋଏଙ୍କା ଉଦ୍ଘାଟନ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମ ନିର୍ଭର ଭାରତ’ର ଏକ ସଫଳ ରୂପାୟନ ହେଉଛି ଦେଶରେ ସୃଷ୍ଟି ହେଉଥିବା ଲକ୍ଷାଧିକ ଲଘୁ ଉଦ୍ୟୋଗ।

ଓଡ଼ିଶାରେ ମଧ୍ୟ ଲଘୁ ଉଦ୍ୟୋଗ ମାଧ୍ୟମରେ ରୋଜଗାର ବଢ଼ିବା ସହିତ ବେକାରୀ ସଂଖ୍ୟା ହ୍ରାସ ପାଉଛି।

ସମ୍ମିଳନୀରେ ବକ୍ତା ଭାବେ ଓଡ଼ିଶା ପ୍ରୋଜେକ୍ଟ ଓ ମାର୍କେଟିଂ ଡେଭଲପମେଣ୍ଟ ସେଣ୍ଟର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ମିଟ୍ସ୍ର ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା, ଏନ୍ଏସ୍ଆଇସିର ଡିଜିଏମ୍ ଅନୁପମ ଗାୟନ, ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବୋର୍ଡର ଡିଜିଏମ ପ୍ରଦ୍ୟୁମ୍ନ ଚୌଧରୀ ପ୍ରମୁଖ ଯୋଗଦେଇ ଲଘୁ ଉଦ୍ୟୋଗ ସଂମ୍ପର୍କରେ ସୂଚନା ପ୍ରଦାନ କରିଥଲେ।

ଲଘୁ ଉଦ୍ୟୋଗ ବିକାଶ ଓଡ଼ିଶା ଚାପ୍ଟରର ଆବାହକ ରବି ମାଝୀ, ପ୍ରଦୀପ ଚକ୍ର, ସବିତା ପଣ୍ଡା, ରାଜ୍ୟ ସଂପାଦକ ସୁରେନ୍ଦ୍ର ମଲ୍ଲିକ, ଜାତୀୟ ସଚିବ ଅଜୟ ମାଥୁର, ହେମନ୍ତ ରାସ୍ତୋଗୀ ପ୍ରମୁଖ ଯୋଗଦେଇ ଲଘୁ ଉଦ୍ୟୋଗର ସଫଳତା ସମ୍ପର୍କରେ ମତ ରଖିଥିଲେ।

Post Views89 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!