ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପଶିଲା ଇଡି

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପଶିଲା ଇଡି। ଏହି ସମୟରେ ସୋରେନ୍ଙ୍କ ହଜାର ହଜାର ସମର୍ଥକ ତାଙ୍କ ବାସଭବନ ବାହାରେ ଭିଡ଼ ଜମାଇଛନ୍ତି। ଆଜି ସୋରେନ୍ଙ୍କ ଗିରଫଦାରୀ ଆଶଙ୍କା ଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।

ଶାନ୍ତିଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଅଧିକ ଫୋର୍ସ ଯୋଗାଇ ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଝାଡ଼ଖଣ୍ଡ ସରକାରଙ୍କୁ ଚିଠି ଲେଖିଛନ୍ତି।

ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ୍ଙ୍କୁ ଲଗାତର ୯ ଥର ସମନ ଜାରି କରିବା ପରେ ବି ସେ ଇଡିକୁ ଧରାଛୁଆଁ ଦେଉ ନ ଥିଲେ। ଶେଷରେ ଆଜି ଇଡି ଟିମ୍ ସୋରେନ୍ଙ୍କୁ ପଚରାଉଚରା ପାଇଁ ଅପରାହ୍ନ ୧ଟାରେ ତାଙ୍କ ବାସଭବନରେ ପହଞ୍ଚିବ ବୋଲି ଜଣାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଇଡି ଟିମ୍ ସୋରେନ୍ଙ୍କ ବାସଭବନରେ ପ୍ରବେଶ କରିଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!