ଆଜି ସରୁଛି ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଲାଗି ଡେଡଲାଇନ

ଆଜି ସରୁଛି ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଲାଗି ଡେଡଲାଇନ। ପହଲଗାଓଁ ହମଲା ପରେ ପାକିସ୍ତାନକୁ ଜବାବ ଦେଇ ପାକ୍ ନାଗରିକଙ୍କ ଭିସା ବାତିଲ କରିଥିଲା ଭାରତ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଭାରତରେ ଯେଉଁ ପାକିସ୍ତାନ ନାଗରିକ ରହୁଛନ୍ତି ସେମାନେ ଭିସା ଅବଧି ଶେଷ ହେବା ପୂର୍ବରୁ ସ୍ବଦେଶ ଫେରିଯିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ପାକିସ୍ତାନରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରିଆସିବା ଲାଗି ଦିଆଯାଇଥିଲା ପରାମର୍ଶ।

ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଦା କରିବା ଲାଗି ଗତ ୨୫ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିଜ ରାଜ୍ୟରେ ଥିବା ପାକ୍ ନାଗରିକଙ୍କୁ ତୁରନ୍ତ ବିଦା କରିବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ।

Post Views54 Total Count

Apply Now


This will close in 0 seconds

error: Content is protected !!