ଭୋକରେ ବିଳି ବିଳି ହେଉଛନ୍ତି ଆତଙ୍କବାଦୀ

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବେ ପାଣି ପାଇଁ ପାକିସ୍ତାନକୁ ହଇରାଣ କରିବା ଆରମ୍ଭ କରିଛି। ଭାରତ ସରକାର ଐତିହାସିକ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି।

୧୯୬୦ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଚୁକ୍ତିକୁ ବିଶ୍ୱର ସବୁଠାରୁ ସଫଳ ଜଳ ବଣ୍ଟନ ଚୁକ୍ତି ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହା ବନ୍ଦ ହୋଇଯାଇଛି।

ପାକିସ୍ତାନ ପୂର୍ବରୁ ଆର୍ଥିକ ସଙ୍କଟ ଏବଂ ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହେଉଛି। ଏପରି ପରିସ୍ଥିତିରେ ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ଏହାର କୃଷି ଭିତ୍ତିକ ଅର୍ଥନୀତିକୁ ବଡ଼ ଧକ୍କା ଦେଇପାରେ। ରିପୋର୍ଟ ଅନୁଯାୟୀ ପାକିସ୍ତାନର ୯୦ ପ୍ରତିଶତ ଜଳସେଚନ ସିନ୍ଧୁ ନଦୀ ଉପରେ ଆଧାରିତ।

ଜଳ ଯୋଗାଣରେ ବାଧା ସୃଷ୍ଟି ହେବା ଫଳରେ ଖାଦ୍ୟ ଉତ୍ପାଦନରେ ତୀବ୍ର ହ୍ରାସ ଘଟିଛି ଏବଂ ଖାଦ୍ୟ ସଙ୍କଟର ଆଶଙ୍କା ବୃଦ୍ଧି ପାଇଛି।

Post Views76 Total Count

Apply Now


This will close in 0 seconds

error: Content is protected !!