ହଠାତ ମାଡ଼ି ଆସିଲା ପାଣି, ପାକିସ୍ତାନରେ ବନ୍ୟା

ଭାରତ କୌଣସି ପୂର୍ବ ସୂଚନା ବିନା ପାକିସ୍ତାନ ମୁଜଫରାବାଦର ହଟିନବାଲା ଅଞ୍ଚଳର ଝେଲମ ନଦୀରେ ଅତିରିକ୍ତ ପାଣି ଛାଡି ଦେଇଛି। ଯେଉଁ କାରଣରୁ ମୁଜାଫରାବାଦରେ ହଠାତ୍ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଝେଲମ୍ ନଦୀରେ ଜଳସ୍ତର ସାମାନ୍ୟ ଠାରୁ ୭ରୁ୮ଫୁଟ ଉପରକୁ ଉଠି ଯାଇଛି। ଯାହାକୁ ନେଇ ସେଠାକାର ଲୋକଙ୍କ ମନରେ କୋକୁଆଭୟ ଦେଖା ଦେଇଛି।

ସ୍ଥାନୀୟ ଲୋକମାନଙ୍କୁ ବନ୍ୟାଅଞ୍ଚଳରୁ ଖାଲି କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ପରିସ୍ଥିତି ଖରାପ ହେବା ପରେ ମୁଜାଫରାବାଦ ପ୍ରଶାସନ ଜରୁରୀକାଳୀନପରିସ୍ଥିତି ଘୋଷଣା କରିଛି। ଝେଲମ୍ ନଦୀରେ ହଠାତ୍ ପାଣି ଛାଡ଼ିବା ଯୋଗୁଁ ମୁଜାଫରାବାଦ ନିକଟରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମସଜିଦରେ ଘୋଷଣା କରି ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହିତ ନଦୀ କୂଳରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି।

ଏପ୍ରିଲ ୨୨ ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛନ୍ତି। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଏକ ସରକାରୀ ବିଜ୍ଞପ୍ତି ମଧ୍ୟ ଜାରି କରିଛି।

Post Views29 Total Count

Apply Now


This will close in 0 seconds

error: Content is protected !!