ଓଡ଼ିଶାରେ ସାଟେଲାଇଟ୍ ଲଞ୍ଚ ପ୍ୟାଡ୍ ପାଇଁ ଇସ୍ରୋର ପ୍ରସ୍ତାବ

ଓଡ଼ିଶାରେ  ପ୍ରତିଷ୍ଠା ହୋଇପାରେ ଉପଗ୍ରହ ଉତ୍‌କ୍ଷେପଣ  କେନ୍ଦ୍ର । ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା ହୋଇଛି । ଡ୍ରୋନ୍‌  ମାନୁଫାକ୍‌ଚରିଂ ନେଇ ମଧ୍ୟ ଆଲୋଚନା ହୋଇଛି  ଏବଂ ଆଗକୁ ଏନେଇ ପଦକ୍ଷେପ ନିଆଯିବ । ଏହି ପରିପ୍ରେକ୍ଷୀରେ ଇସ୍ରୋ ପ୍ରସ୍ତାବ ଦେଇଛି ।  ରାଜ୍ୟ କ୍ୟାବିନେଟରେ ଅନୁମୋଦନ ପରେ  କାର୍ଯ୍ୟ ଆଗକୁ ବଢିବ । ରାଜ୍ୟରେ ଏକ ବିଜ୍ଞାନ  ଭବନ ଏବଂ ଓର୍‌ସାକ୍‌ର ନୂତନ କୋଠା ନିର୍ମାଣ ସହ ଜିଆଇଏସ ଲ୍ୟାବ୍‌ ପ୍ରତିଷ୍ଠା ମଧ୍ୟ କରାଯିବ । ବୈଜ୍ଞାନିକ ଗବେଷଣା ତଥା ଏ ସଂକ୍ରାନ୍ତୀୟ ବିଭିନ୍ନ  ପ୍ରକଳ୍ପ ଉପରେ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ  ଦେଉଛନ୍ତି । ଜାତୀୟ ମହାକାଶ ଦିବସ ପାଳନ ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି  ।  
​​​​​​​

ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ  ଆୟୋଜିତ ଜାତୀୟ ମହାକାଶ ଦିବସ ପାଳନ  ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଓର୍‌ସାକ୍‌ ଦ୍ୱାରା ରାଜ୍ୟରେ ଚାଷଜମିଠାରୁ ଆରମ୍ଭ କରି ଭୂତଳ ଜଳ ଓ ଖଣିଜ  ସମ୍ପଦର ଭଣ୍ଡାର ଓ ଏହାର ପରିମାଣ ସମ୍ପର୍କରେ  ବିଭିନ୍ନ ତଥ୍ୟ ହାସଲ କରାଯାଇ ପାରୁଛି । ବିଜ୍ଞାନ  କାରିଗରୀକୁ ଉପଯୋଗ କରି ସରକାରଙ୍କ ୭  ହଜାର କୋଟି ବଞ୍ଚାଇ ହୋଇଛି । ଚାଷ ନ  ହେଉଥିବା ଜମି ମଧ୍ୟ ଚାଷ ଜମି ଦର୍ଶାଇ ପଞ୍ଜୀକୃତ  ହେଉଥିଲା । ଏଥିରେ ସାଟେଲାଇଟ୍‌ ସର୍ଭେ ଦ୍ୱାରା  ସରକାରଙ୍କ ଅର୍ଥ ବଞ୍ଚାଯାଇପାରିଛି ବୋଲି ମନ୍ତ୍ରୀ  କହିଛନ୍ତି । ଏହାବ୍ୟତୀତ, ରାଜ୍ୟର ଷ୍ଟାର୍ଟଅପ୍‌ରୁ  ଉତ୍ପାଦିତ ଡ୍ରୋନ୍‌ ଭଳି ବିଭିନ୍ନ ଉପକରଣ ଦେଶର  ପ୍ରତିରକ୍ଷା ବ୍ୟବସ୍ଥାରେ ବ୍ୟବହାର ହେଉଛି । ଆମ  ବୈଜ୍ଞାନିକମାନେ ଭବିଷ୍ୟତରେ ଏ କ୍ଷେତ୍ରରେ  କାର୍ଯ୍ୟ କରି ରାଜ୍ୟ ଓ ଦେଶ ପାଇଁ ଗୌରବ  ଆଣିଦେବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।  

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!